ବ୍ୟାଙ୍କରେ ଏପରି ବଦଳାନ୍ତୁ ୨୦୦୦ ଟଙ୍କିଆ ନୋଟ୍

ଏକା ସାଙ୍ଗରେ କେତୋଟି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍ ? ବ୍ୟାଙ୍କ ନୋଟ୍ ବଦଳାଇବାକୁ ମନା କଲେ କ'ଣ କରିବେ, ଶୀଘ୍ର  ଜାଣନ୍ତୁ 

ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍‌। ବର୍ତ୍ତମାନ କିନ୍ତୁ ଏହା ବୈଧ ରହିବ। ୨୦୧୬ରେ ୫ଶହ ଓ ହଜାର ଟଙ୍କା ନୋଟ୍‌ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍‌ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍‌ ପ୍ରିଣ୍ଟିଂ ହେଉ ନାହିଁ। ମାର୍ଚ୍ଚ ୨୦୧୭ ପୂର୍ବରୁ ୮୯ ପ୍ରତିଶତ ୨ ହଜାର ଟଙ୍କା ଆର୍‌ବିଆଇ ବଜାରକୁ ଛାଡିଥିଲା। ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଏହାକୁ ହଟାଯିବ। ‘କ୍ଲିନ୍ ନୋଟ୍ ନୀତି’ ଅଧିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତକାଲି ୨,୦୦୦ ଟଙ୍କିଆ ନୋଟ ଚଳନକୁ ବନ୍ଦ କରାଯାଇଛି । ଲୋକମାନେ କାରବାର ଲାଗି ୨୦୦୦ ଟଙ୍କିଆକୁ ପାଇଁ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ କହିଛି।

ଲୋକମାନେ ନିଜ ପାଖରେ ରଖିଥିବା ୨୦୦୦ ଟଙ୍କିଆକୁ ନିଜ ବ୍ୟାଙ୍କ ଖାତାରେ ଜମା କରିପାରିବେ ଅବା ବଦଳାଇ ଅନ୍ୟ ନୋଟ୍ ଆଣିପାରିବେ। ଆସନ୍ତା ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ୍‌କୁ ବଦଳାଇ ହେବ। ଏହି ପ୍ରକ୍ରିୟା ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ବଜାରକୁ ଆଉ ୨ ହଜାର ଟଙ୍କା ନୋଟ୍‌ ଛଡା ଯିବ ନାହିଁ। ତେବେ ସେପ୍ଟେମ୍ବର ୩୦ ପରେ କ’ଣ ହେବ ? ତାକୁ ନେଇ ରହିଛି ନ୍ଦ୍ୱନ୍ଦ୍ୱ । ବ୍ୟାଙ୍କ ଶାଖା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟର ଇସ୍ୟୁ ବିଭାଗରେ ଏହି ସୁବିଧା ମିଳିବ। ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ଇସ୍ୟୁ ବିଭାଗ ରହିଛି। ଲୋକମାନେ ଥରକେ ୨୦ ହଜାର ଟଙ୍କାର ୨୦୦୦ ଟଙ୍କିଆ ବଦଳାଇପାରିବେ। ଲୋକମାନେ ଯେକୌଣସି ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ବଦଳାଇପାରିବେ। ସେହି ଶାଖାର ଗ୍ରାହକ ହୋଇଥିବା ଜରୁରୀ ନୁହେଁ। ରିପୋର୍ଟ ଅନୁସାରେ ୨୦୦୦ ଟଙ୍କା ନୋଟ ସେପ୍ଟେମ୍ବର ୩୦ ପରେ ବୈଧ ରହିବ କି ନାହିଁ, ତାହା RBI ସ୍ପଷ୍ଟ କରିନାହିଁ ।

ଲୋକ ମାନେ ୨୦୦୦ ଟଙ୍କିଆ ନୋଟ କୁ ନିଜ ଖାତାରେ ଜମା କରିପାରିବେ। ଏହା ପରେ ସେଥିରୁ ଅନ୍ୟ ନୋଟ୍‌ ଉଠାଇପାରିବେ। ଏହା ସମ୍ପୂର୍ଣ୍ଣ ମାଗଣାରେ ହେବ। କିଛି ଫି’ ଦେବାକୁ ପଡ଼ିବନି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ଯେଭଳି ସୁବିଧାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ ଓ ଜମା କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଲୋକମାନଙ୍କୁ ଚାରି ମାସରୁ ଅଧିକ ସମୟ ଦିଆଯାଇଛି। ତେଣୁ ସେହି ସମୟ ଭିତରେ ନୋଟ୍ ବଦଳାଇଦେବା କିମ୍ବା ଜମା କରିବା ପାଇଁ ଲୋକମାନଙ୍କୁ କୁହାଯାଉଛି।

ବ୍ୟାଙ୍କ ନୋଟ୍ ବଦଳାଇବାକୁ ମନା କଲେ କ’ଣ କରିବେ ଜାଣନ୍ତୁ :

ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ୨୦୨୩ ସେପ୍ଟେମ୍ବର ୩୦ ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ହୋଇରହିବ। ତଥାପି ତାହାକୁ ଦିଆଯାଇଥିବା ସମୟରେ ବଦଳାଇବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ବ୍ୟାଙ୍କର କର୍ମଚାରୀ ୨୦୦୦ ଟଙ୍କିଆ ନେବାକୁ ମନା କରିବେ ତେବେ ଗ୍ରାହକ ଜଣକ ପ୍ରଥମେ ବ୍ୟାଙ୍କ କର୍ତ୍ତପକ୍ଷଙ୍କୁ ସେ ବିଷୟରେ ଜଣାଇବେ। ୩୦ ଦିନ ଭିତରେ ଯଦି ବ୍ୟାଙ୍କ କିଛି ଉତ୍ତର ନଦେବ କିମ୍ବା ଆପଣଙ୍କ ପାଇଁ ସମସ୍ୟା କିଛି ହେଲେ ରିଜର୍ଭ ବ୍ୟାଙ୍କର ଲୋକପାଳ ବିଭାଗ ଅଧିନରେ csm.rbi.org.in ରେ ଅଭିଯୋଗ କରିପାରିବେ ।

ଆରବିଆଇ ଗତ କାଲି ଶୁକ୍ରବାର ଦିନ ଘୋଷଣା କରିଛି ଯେ, ୨୦୦୦ ଟଙ୍କିଆ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ମୁଦ୍ରା ହୋଇ ରହିବ । ଏହା ସହିତ ଆରବିଆଇ ବ୍ୟାଙ୍କକୁ ୨,୦୦୦ ଟଙ୍କିଆ ଦେବା ପାଇଁ ରୋକ ଲଗାଇଛି । ସୂଚନା ଅନୁଯାୟୀ ଆରବିଆଇ ସର୍ବାଧିକ ସୀମା ନିର୍ଦ୍ଦିଷ୍ଟ କରି ନାହିଁ ଯେ, ଜଣେ ବ୍ୟକ୍ତି ୨,୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ କେତୋଟି ଜମା କରିବେ। କିନ୍ତୁ ସେ କହିଛନ୍ତି ଯେ, ଗୋଟିଏ ଥର ରେ କେବଳ ସର୍ବାଧିକ ୧୦ଟି ନୋଟ୍ ବଦଳାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.