ପ୍ରେମିକ ସହ ମିଶି ନିଜ ଜନ୍ମକଲା ଝଅକୁ ହତ୍ୟା କଲା ମା‘, ଆଜୀବନ କାରାଦଣ୍ଡ ଦେଲେ କୋର୍ଟ

ବେବି ବିୱୀ ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀର ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲା । ଗତ ୨୮/୦୬/୨୨ ମସିହାରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକାଙ୍କ ପିତା ସେକ କୁତୁବୁଦ୍ଧିନ ଅଭିଯୋଗ ଆଣିଥିଲେ ।

ବାଲେଶ୍ଵର(କେନ୍ୟୁଜ୍): ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ ସହ ଦ୍ଵିତୀୟ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ। ଏହାସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓପି ଆଇଡି କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ । ଏଭଳି ରାୟ ଶୁଣାଇଛନ୍ତି  ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଜର୍ଜ ବିଶ୍ୱଜିତ୍ ଦାସ ।

ଦୋଷୀ ସାବ୍ୟସ୍ତ ହୋଇଥିବା ବେବି ବିୱି ସହ ଏସକେ ଅବଦୁଲ ରହିମକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ହୋଇଛି । ବେବି ବିୱୀ ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀର ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲା । ଗତ ୨୮/୦୬/୨୨ ମସିହାରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକାଙ୍କ ପିତା ସେକ କୁତୁବୁଦ୍ଧିନ ଅଭିଯୋଗ ଆଣିଥିଲେ । ଏହି ମକଦ୍ଦମାରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.