ଭୟାବହ ଟ୍ରେନ୍ ଦୁର୍ଘଟଣାରେ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଶୋକବାର୍ତ୍ତା
ଭୟାବହ ଟ୍ରେନ୍ ଦୁର୍ଘଟଣାରେ ପୂରା ବିଶ୍ୱ ଦୁଃଖ ପ୍ରକାଶ କରିଛି। ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଶୋକବାର୍ତ୍ତା ଦେଇଛନ୍ତି ବିଭିନ୍ନ ଦେଶର ନେତା । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜାପାନ ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାସୀ ମଧ୍ୟ ଭାରତ ପ୍ରତିପକ୍ଷଙ୍କୁ ପଠାଇଛନ୍ତି ଶୋକବାର୍ତ୍ତା ।
ଭୟାବହ ଟ୍ରେନ୍ ଦୁର୍ଘଟଣାରେ ପୂରା ବିଶ୍ୱ ଦୁଃଖ ପ୍ରକାଶ କରିଛି। ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଶୋକବାର୍ତ୍ତା ଦେଇଛନ୍ତି ବିଭିନ୍ନ ଦେଶର ନେତା । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜାପାନ ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାସୀ ମଧ୍ୟ ଭାରତ ପ୍ରତିପକ୍ଷଙ୍କୁ ପଠାଇଛନ୍ତି ଶୋକବାର୍ତ୍ତା।
ଶୋକ ଜଣାଇଛନ୍ତି ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡର୍ ଲେୟନ। ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୋକବାର୍ତ୍ତା ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶୋକବ୍ୟକ୍ତ କରିଛନ୍ତି। ୪ ଦିନିଆ ଭାରତ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ଜଣାଛନ୍ତି ସମବେଦନା।
ଭୁଟାନ ପ୍ରଧାନମନ୍ତ୍ରୀ ଲୋଟାୟା ଟିସେରିଙ୍ଗ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ତାଇଓ୍ଵାନ ରାଷ୍ଟ୍ରପତି ସାଇ ଇଙ୍ଗ େଓ୍ଵନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ଜଣାଇଛନ୍ତି ସମବେଦନା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଶୋକ ବାର୍ତ୍ତା ଦେଇଛନ୍ତି। ବାହାନଗା ଟ୍ରେନ ଟ୍ରାଜେଡିରେ ଶୋକ ପ୍ରକାଶ କରିଛି ଇଟାଲୀ। ଇଟାଲୀ ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଶୋକବାର୍ତ୍ତା ପଠାଇଛନ୍ତି। ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ କାସାବା କସୋରି ଶୋକ ବ୍ୟକ୍ତ କରିଛନ୍ତି।
ସୂଚନା ଥାଉକି, ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇଛି ୨୮୮ ଜୀବନ । ଆହତ ହୋଇଛନ୍ତି ୧୧ଶହ ୭୫ ଜଣ । ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩୮୨ ଆହତ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହକୁ ଭୁବନେଶ୍ୱରରେ ରଖାଯିବ । ରାଜଧାନୀର ସବୁ ହସ୍ପିଟାଲରେ ରଖାଯାଇଥିବା ଶବାଗାରରେ ରଖାଯିବ ମରଶରୀର । ମୃତଦେହ ଚିହ୍ନଟ ପାଇଁ ଗଚ୍ଛିତ ରଖାଯିବ । ସମ୍ପର୍କୀୟମାନେ ପରିଚୟ ଦେଇ ମୃତଦେହ ଚିହ୍ନଟ କରି ନେଇପାରିବେ ।
ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ଧାରଣାରୁ ତିନିଟି ଟ୍ରେନର ଭଗ୍ନାବଶେଷକୁ ହଟାଇ ଦିଆଯାଇଛି । ଏବେ ବି ଜାରି ରହିଛି ରେସକ୍ୟୁ ଅପରେସନ୍ । ଓଡ୍ରାଫ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଉଦ୍ଧାର ଅଭିଯାନରେ ଲାଗିଛନ୍ତି । ରେଳ ଲାଇନରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ପରେ ଆରମ୍ଭ ହୋଇଛି ଟ୍ରାକ୍ ଏବଂ ଓଭରହେଡ୍ ଲାଇନ୍ ମରାମତି କାର୍ଯ୍ୟ । ଏହି ରୁଟରେ ରେଳ ଯୋଗାଯୋଗକୁ ପୁଣି ଥରେ ସ୍ୱାଭାବିକ କରିବାକୁ ଶତାଧିକ କର୍ମଚାରୀ ଓ ଶ୍ରମିକ ଲାଗିଛନ୍ତି । ଟ୍ରାକ୍ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ବହୁ ଟ୍ରେନ୍ ଚଳାଚଳ ବାତିଲ ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ବାହାନଗାରେ ହେଲା ଦୁର୍ଘଟଣା ? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।