ବାଲେଶ୍ବର ଟ୍ରେନ ଟ୍ରାଜେଡି : WTC ଫାଇନାଲ ମ୍ୟାଚରେ ହାତରେ କଳା ବ୍ୟାଣ୍ଡ୍ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି
wtc ଫାଇନାଲ ମ୍ୟାଚରେ ହାତରେ କଳାବ୍ୟାଣ୍ଡ୍ ବାନ୍ଧି ଖେଳିଲେ ଟିମ୍ ଇଣ୍ଡିଆର ଖେଳାଳି । ବାଲେଶ୍ବର ଟ୍ରେନ ଟ୍ରାଜେଡି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ହାତରେ ପଟି ବାନ୍ଧି ଖେଳୁଛନ୍ତି ଉଭୟ ଟିମର ଖେଳାଳି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଓଭାଲରେ WTC ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦୁଇଟି ଯାକ ଟିମର ଖେଳାଳି ହାତରେ କଳାବ୍ୟାଣ୍ଡ୍ ବାନ୍ଧି ଖେଳୁଛନ୍ତି । ବାଲେଶ୍ବର ଟ୍ରେନ ଟ୍ରାଜେଡି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ହାତରେ ପଟି ବାନ୍ଧିଛନ୍ତି ।
ଲଣ୍ଡନର ଓଭାଲରେ ଚାଲିଥିବା WTC ଫାଇନାଲ ମ୍ୟାଚରେ ଟସ୍ ଜିତି ବୋଲିଂ କରୁଛି ଭାରତ । ଅଷ୍ଟ୍ରେଲିଆ ୧୦ ଓଭର ଖେଳି ୧ ୱିକେଟ ହରାଇ ୨୨ ରନ୍ କରିଛି ।
Players of both Australia and India were seen wearing black armbands.
Read it 🔽#WTCFinal2023 | #AUSvIND | #CricketTwitterhttps://t.co/bkafiFGLXG
— CricTracker (@Cricketracker) June 7, 2023
ସୂଚନାଯୋଗ୍ଯ, ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା । କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା । ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ ।
ହେଲେ ସେଠାରେ ପୂର୍ବରୁ ରହିଥିବା ମାଲଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।