ପୁଣି ଗଡ଼ିଲା କରମଣ୍ଡଳ: ଭୟ ଥିଲେ ବି ଟ୍ରେନ ଯାତ୍ରାକୁ ନେଇ ଯାତ୍ରୀମାନେ ଖୁସି ଅଛନ୍ତି

ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଭୟାବହ ଦୁର୍ଘଟଣା ପରେ ଆଜି ପ୍ରଥମ ଥର କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ସାଲିମାର ରେଳ ଷ୍ଟେସନରୁ ଆଜି ଅପରାହ୍‌ଣ ୩ଟା୨୦ ମିନିଟରେ କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି ।

କେନ୍ୟୁଜ୍(ବ୍ୟୁରୋ):  ପୁଣି ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ । ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଭୟାବହ ଦୁର୍ଘଟଣା ପରେ ଆଜି ପ୍ରଥମ ଥର କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ସାଲିମାର ରେଳ ଷ୍ଟେସନରୁ ଆଜି ଅପରାହ୍‌ଣ ୩ଟା୨୦ ମିନିଟରେ କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ଭୟ ଥିଲେ ବି ଟ୍ରେନ ଯାତ୍ରାକୁ ନେଇ ଯାତ୍ରୀମାନେ ଖୁସି ଅଛନ୍ତି । ଗତ ଶୁକ୍ରବାର ରାତିରେ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ସହ ଟ୍ରାକ ମରାମତି କରାଯାଇଛି । ଏବେ ବାହାନଗା ଦେଇ ବିଭିନ୍ନ ଟ୍ରେନ ଚଳାଚଳ ସ୍ୱାଭାବିକ ହେଉଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ ସାଲିମାର ଷ୍ଟେସନରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.