ଭାରତୀୟ ଡାକରେ ଖାଲିପଡିଥିବା ପଦବୀ ପାଇଁ ପୁଣିଥରେ ରେଜିଷ୍ଟ୍ରେସନ ଆରମ୍ଭ, ୨୩ ଜୁନ୍ ପର୍ଯ୍ୟନ୍ତ କରିପାରିବେ ଆବେଦନ
ଭାରତୀୟ ଡାକରେ ଚାକିରି କରିବାର ସୁଯୋଗ । ୧୧ ଜୁନରେ ଶେଷ ହୋଇଯାଇଥିବା ଆବେଦନ ପାଇଁ ପୁଣି ଥରେ ରେଜିଷ୍ଟ୍ରେସନ ହେଉଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୨୩ ଜୁନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଭାରତୀୟ ଡାକ ବିଭାଗରେ ଭର୍ତ୍ତି ସୁଯୋଗ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶେଷ ତାରିଖକୁ ପୁଣି ଥରେ ଘୁଞ୍ଚାଯାଇଛି । ପୂର୍ବରୁ ଏଠାରେ ଆବେଦନ କରିବାର ଶେଷ ତାରିଖ ୧୧ ରହିଥିବା ବେଳେ ଏବେ ୨୩ ଜୁନ୍ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଯାଇଛି । ମେଘାଳୟ, ସିକ୍କିମ, ତ୍ରିପୁରା ଏବଂ ମଣିପୁରରେ ଗ୍ରାମୀଣ ଡାକ ସେବକ ଜିଡିଏସ୍/ ବ୍ରାଞ୍ଚ ପୋଷ୍ଟମାଷ୍ଟର/ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର/ ଡାକ ସେବକ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଆବେଦନ ପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଆବେଦନ କରିବା ପାଇଁ ପଞ୍ଜିକରଣ ଲିଙ୍କ ୧୬ ଜୁନରୁ ଉପଲବ୍ଧ ହେବ । ଆବେଦନ କରିବାର ଶେଷ ତାରିଖ ୨୩ ଜୁନ୍ ୨୦୨୩ ରହିଛି । ଇଚ୍ଛୁକ ଏକ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ ।
ଆବେଦନ କରିଥିବା ପାଇଁ ନିଜ ଫର୍ମକୁ ୨୪ ଜୁନରୁ ୨୬ ଜୁନ୍ ପର୍ଯ୍ୟନ୍ତ ଏଡିଟ୍ କରିପାରିବେ। ଯେଉଁମାନେ ୧୧ ଜୁନ ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରିଥିଲେ ସେମାନେ ମଧ୍ୟ ୨୪ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ଏଡିଟ୍ କରିପାରିବେ ।
ପଦବୀ ବିବରଣୀ : ୧୨୮୨୮
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ । ରିଜର୍ଭ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ନିୟମ ଅନୁସାରେ ଛୁଟ ମିଳିବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ଇଂଲିଶରେ ୧୦ମ୍ ପାସ୍ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।
ଦରମା : ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ପାଇଁ ୧୨,୦୦୦ରୁ ୨୯,୩୮୦ ଟଙ୍କା ମାସିକ ମିଳିବ । ସେହିପରି ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ପଦବୀ ପାଇଁ ମାସିକ ୧୦ ହଜାରରୁ ୨୪,୪୭୦ ଟଙ୍କା ଦରମା ମିଳିବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ ଜନଜାତି, PWD, ମହିଳାମାନେ ନିଶୁଳ୍କ ଆବେଦନ କରିପାରିବେ ।
ଆବେଦନ କରିବାର ଉପାୟ :
ପ୍ରଥମେ ଅଫିସିଆଲ ୱେବସାଇଟ indiapostgdsonline.gov.in ଯାଆନ୍ତୁ ।
ଏଠାରେ ନୋଟିଫିକେସନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଆପ୍ଲିକେସନ ଫର୍ମ ପୂରଣ କରିବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ ପ୍ରକ୍ରିୟା କରିବା ପରେ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଫର୍ମ ଭେରିଫାଏ କରିବା ପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।
ତା’ ପରେ ଫର୍ମ ଜମା କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :