ଭାରତୀୟ ଡାକରେ ଖାଲିପଡିଥିବା ପଦବୀ ପାଇଁ ପୁଣିଥରେ ରେଜିଷ୍ଟ୍ରେସନ ଆରମ୍ଭ, ୨୩ ଜୁନ୍‌ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭାରତୀୟ ଡାକରେ ଚାକିରି କରିବାର ସୁଯୋଗ । ୧୧ ଜୁନରେ ଶେଷ ହୋଇଯାଇଥିବା ଆବେଦନ ପାଇଁ ପୁଣି ଥରେ ରେଜିଷ୍ଟ୍ରେସନ ହେଉଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୨୩ ଜୁନ୍‌ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଭାରତୀୟ ଡାକ ବିଭାଗରେ ଭର୍ତ୍ତି ସୁଯୋଗ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶେଷ ତାରିଖକୁ ପୁଣି ଥରେ ଘୁଞ୍ଚାଯାଇଛି । ପୂର୍ବରୁ ଏଠାରେ ଆବେଦନ କରିବାର ଶେଷ ତାରିଖ ୧୧ ରହିଥିବା ବେଳେ ଏବେ ୨୩ ଜୁନ୍‌ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଯାଇଛି । ମେଘାଳୟ, ସିକ୍କିମ, ତ୍ରିପୁରା ଏବଂ ମଣିପୁରରେ ଗ୍ରାମୀଣ ଡାକ ସେବକ ଜିଡିଏସ୍‌/ ବ୍ରାଞ୍ଚ ପୋଷ୍ଟମାଷ୍ଟର/ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର/ ଡାକ ସେବକ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଆବେଦନ ପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଆବେଦନ କରିବା ପାଇଁ ପଞ୍ଜିକରଣ ଲିଙ୍କ ୧୬ ଜୁନରୁ ଉପଲବ୍ଧ ହେବ । ଆବେଦନ କରିବାର ଶେଷ ତାରିଖ ୨୩ ଜୁନ୍‌ ୨୦୨୩ ରହିଛି । ଇଚ୍ଛୁକ ଏକ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ ।

ଆବେଦନ କରିଥିବା ପାଇଁ ନିଜ ଫର୍ମକୁ ୨୪ ଜୁନରୁ ୨୬ ଜୁନ୍‌ ପର୍ଯ୍ୟନ୍ତ ଏଡିଟ୍‌ କରିପାରିବେ।  ଯେଉଁମାନେ ୧୧ ଜୁନ ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରିଥିଲେ ସେମାନେ ମଧ୍ୟ ୨୪ ରୁ ୨୬ ଜୁନ୍‌ ପର୍ଯ୍ୟନ୍ତ ଏଡିଟ୍‌ କରିପାରିବେ ।

ପଦବୀ ବିବରଣୀ : ୧୨୮୨୮

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ । ରିଜର୍ଭ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ନିୟମ ଅନୁସାରେ ଛୁଟ ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ଇଂଲିଶରେ ୧୦ମ୍‌ ପାସ୍‌ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।

ଦରମା : ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ପାଇଁ ୧୨,୦୦୦ରୁ ୨୯,୩୮୦ ଟଙ୍କା ମାସିକ ମିଳିବ । ସେହିପରି ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ପଦବୀ ପାଇଁ ମାସିକ ୧୦ ହଜାରରୁ ୨୪,୪୭୦ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ ଜନଜାତି, PWD, ମହିଳାମାନେ ନିଶୁଳ୍କ ଆବେଦନ କରିପାରିବେ ।

ଆବେଦନ କରିବାର ଉପାୟ :

ପ୍ରଥମେ ଅଫିସିଆଲ ୱେବସାଇଟ indiapostgdsonline.gov.in ଯାଆନ୍ତୁ ।

ଏଠାରେ ନୋଟିଫିକେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଆପ୍ଲିକେସନ ଫର୍ମ ପୂରଣ କରିବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ ପ୍ରକ୍ରିୟା କରିବା ପରେ ଦସ୍ତାବିଜ ଅପଲୋଡ କରନ୍ତୁ ।

ଆବେଦନ ଫର୍ମ ଭେରିଫାଏ କରିବା ପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।

ତା’ ପରେ ଫର୍ମ ଜମା କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://wpassets.adda247.com/wp-content/uploads/multisite/sites/2/2023/05/21171946/%E0%A4%87%E0%A4%82%E0%A4%A1%E0%A4%BF%E0%A4%AF%E0%A4%BE_GDS_15000_%E0%A4%A8%E0%A5%8D%E0%A4%AF%E0%A5%82_%E0%A4%AA%E0%A5%8B%E0%A4%B8%E0%A5%8D%E0%A4%9F_%E0%A4%A8%E0%A5%8B%E0%A4%9F%E0%A4%BF%E0%A4%B8_1-1.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.