ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ୩ ଜଣଙ୍କ ଗଲା ଜୀବନ
ଗଁଦିଆ ବ୍ଲକ ଦେଓଗାଁର ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ନଢ଼ଣପୁର ଗାଁର ପ୍ରକାଶ ବେହେରା ଓ ଶଙ୍କର୍ଷଣ ବେହେରା, ଦେଓଗାଁ ଡାଗରାପଲ୍ଲି ଗାଁର ଜଗତ ଦେହୁରୀ ।
ଢେଙ୍କାନାଳ (କେନ୍ୟୁଜ୍): ଢେଙ୍କାନାଳରେ ଅଘଟଣ । ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି । ୪ ଗୁରୁତର ଆହତ ହୋଇଛନ୍ତି । ସଦର ବ୍ଲକ ନଢ଼ଣପୁର ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗଁଦିଆ ବ୍ଲକ ଦେଓଗାଁର ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମୃତକ ହେଲେ ନଢ଼ଣପୁର ଗାଁର ପ୍ରକାଶ ବେହେରା ଓ ଶଙ୍କର୍ଷଣ ବେହେରା, ଦେଓଗାଁ ଡାଗରାପଲ୍ଲି ଗାଁର ଜଗତ ଦେହୁରୀ । ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ ଗଛ ଉପୁଡିଛି ।