ଭାରତର ଜାତୀୟ ସଂଗୀତ ଗାଇବା ପରେ ମୋଦିଙ୍କ ପାଦ ଛୁଇଁ ପ୍ରଣାମ କଲେ ଆମେରିକୀୟ ଗାୟିକା ମେରୀ ମିଲବେନ୍, ଭିଡିଓ ଭାଇରଲ

ମଞ୍ଚ ଉପରେ ମୋଦିଙ୍କ ପାଦ ଛୁଇଁ ସେ ସମସ୍ତଙ୍କୁ ଚକିତ କରିଦେଲେ ଆମେରିକୀୟ ଗାୟିକା ମେରୀ ମିଲବେନ୍ । ଭାରତର ଜାତୀୟ ସଂଗୀତ ଜନଗଣ ମନ ଅଧି ଗାଇ ଜିତିନେଲେ ମନ । ଭିଡିଓ ଭାଇରଲ ହେଉଛି ।

ପ୍ରଧାନମନ୍ତ୍ରୀ ମୋଦି ଚାରିଦିନିଆ ଆମେରିକୀୟ ଯାତ୍ରା ୱାଶିଂଟନର ରୋନାଲ୍ଡୋ ରୀଗନ ସେଣ୍ଟରରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧନ କରି ଶେଷ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶେଷର ମୋଦିଙ୍କ ପାଦ ଛୁଇଁଛନ୍ତି ଆମେରିକାର ଲୋକପ୍ରିୟ ସିଙ୍ଗର ମେରୀ ମିଲବେନ୍‌ । କେବଳ ପାଦ ଛୁଇଁ ନୁହେଁ ମେରୀ ସେଠରେ ଜନଗଣ ଗୀତ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ମଞ୍ଚ ଉପରେ ମୋଦିଙ୍କ ପାଦ ଛୁଇଁ ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହାର ଭିଡିଓ ଭାଇରଲ ହେଉଛି ।

ୱାଶିଂଟନ୍‌ ଡିସିର ରୋନାଲ୍ଡୋ ରୀଗନ ସେଣ୍ଟର ଠାରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ମୋଦ ଯୋଗ ଦେଇଥିଲେ । ସେଠାରେ ହଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ମେରୀ ମିଲବେନ୍‌ ଭାରତୀୟ ଜାତୀୟ ସଂଗୀତ ଗାନ କରିଥିଲେ । ସେ ଜନଗଣ ମନଅଧି ଗାଇବା ପରେ ମୋଦିଙ୍କ ପାଦ ଛୁଇଁଥିଲେ । ଏହି ଘଟଣା ସେଠାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କୁ ଖୁବ୍‌ ଭାବବିହ୍ଵଳ କରି ଦେଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମିଲବେନ୍‌ ମୋଦିଙ୍କ ପ୍ରଶଂସା କରି ସେ ଜଣେ ଚମତ୍କାର ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସହ ଗୋଟିଏ ମଞ୍ଚରେ ଠିଆ ହେବା ମୋ ପାଇଁ ଗୌରବର କଥା । ଏ ରାତିକୁ ମୁଁ ମୋ ଜୀବନରେ କେବେବି ଭୁଲି ପାରିବି ନାହିଁ ବୋଲି ଟୁଇଟ କରି କହିଛନ୍ତି ମିଲବେନ୍‌ ।

ଏହାକୁ ନେଇ ମେରୀ କହିଛନ୍ତି, ମୁଁଏଠାକୁ ଆସି ସମ୍ମାନିତ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଅଦ୍ଭୁତ ଏବଂ ଦୟାଳୁ ବ୍ୟକ୍ତିତ୍ବ । ତାଙ୍କ ସହିତ ମଞ୍ଚରେ ଠିଆ ହେବା ମୋ ପାଇଁ ସମ୍ମାନର କଥା । ଭାରତର ଜାତୀୟ ଗୀତ ପାଇଁ ମୁଁ ବହୁତ ସମ୍ମାନିତ ଅନୁଭବ କରୁଛି । କେବଳ ସେତିକି ନୁହେଁ ମେରୀ ଓମ ଜୟ ଜଗଦୀଶ ଗୀତ ମଧ୍ୟ ଗାଇଥିଲେ ।

Leave A Reply

Your email address will not be published.