ଦୁନିଆର ସବୁଠୁ ବଡ଼ ୨୨୬ କିଲୋଗ୍ରାମର iPhone!

୭ ଫୁଟ ଉଚ୍ଚତା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଓଜନ ଥିବା ଦୁନିଆର ସବୁଠୁ ବଡ଼ ଆଇଫୋନ, କାମ କରୁଛି ସୁପରଫାଷ୍ଟ। ଆସିଲା ଦୁନିଆର ସବୁଠୁ ବଡ଼ ଆଇଫୋନ। ସାତ ଫିଟ ଲମ୍ବା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଥିବା ଏହି ଫୋନ ଏବେ ସବୁଆଡେ ହଙ୍ଗାମା କରୁଛି।

ଆସିଲା ଦୁନିଆର ସବୁଠୁ ବଡ଼ ଆଇଫୋନ। ସାତ ଫିଟ ଲମ୍ବା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଥିବା ଏହି ଫୋନ ଏବେ ସବୁଆଡେ ହଙ୍ଗାମା କରୁଛି। ଆଇଫୋନ ଏକ ଏମିତି ବ୍ରାଣ୍ଡ ଯାହାକୁ କିଣିବା ସମସ୍ତଙ୍କ ସ୍ୱପ୍ନ ଥାଏ। ଆଇଫୋନ ଯେବେ ପ୍ରଥମେ ୫ ଇଞ୍ଚର ବଡ଼ ସ୍କ୍ରିନ ସାଇଜର ଲଞ୍ଚ ହୋଇଥିଲା ସେହି ସମୟରେ ପୁରା ଦୁନିଆ ଏହାକୁ ନେଇ ଚର୍ଚ୍ଚା କରୁଥିଲା। ସାଧାରଣ ଭାବେ ଫୋନର ସ୍କ୍ରିନ ସାଇଜ ୬.୭ ଇଞ୍ଚ ଥାଏ। ଆଉ ଓଜନ ଅଧିକ ଭାବେ ୨୫୦ ଗ୍ରାମ ଥାଏ। କିନ୍ତୁ ଆଇଫୋନର ଏହି ନୂଆ ଫୋନ ସମସ୍ତଙ୍କ ହୋସ୍‌ ଉଡାଇଛି। ଆଉ ଏକ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହାକୁ ଅନ୍ୟ କେହି ନୁହେଁ ବରଂ ଜଣେ ୟୁଟ୍ୟୁବର ତିଆରି କରିଛି। ଯାହାକି ଭଲ ଭାବେ କାମ ମଧ୍ୟ କରୁଛି।

ଦୁନିଆର ସବୁଠୁ ବଡ଼ ଆଇଫୋନ ମାଥ୍ୟୁ ବୀମ ନାମକ ଜଣେ ୟୁଟ୍ୟୁବର ତିଆରି କରିଛି। ଏହା ସାତ ଫୁଟ ଲମ୍ବା ହୋଇଥିବା ବେଳେ ଏହାର ଓଜନ ୨୨୬ କିଲୋଗ୍ରାମ। ଏହା ସମ୍ପୂର୍ଣ୍ଣ ରୂପେ କାମ କରିବା ପାଇଁ ସକ୍ଷମ। ଏଥିରେ ସିମ କାର୍ଡ ରଖିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେ ମଧ୍ୟ ରହିଛି। ଏହାକୁ ଯୁବକ ଜଣ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ସେ ହୋମ ସ୍କ୍ରିନ ସ୍କ୍ରୋଲ କରୁଥିବାର ଆପଣ ଦେଖିବାକୁ ପାଇବେ। ଏଥିରେ Subway Surfers ଗେମ ମଧ୍ୟ ଖେଳିପାରିବେ।

ତେବେ କୌଣସି ଅନଧିକୃତ ଗ୍ୟାଜେଟ କିମ୍ବା ପାର୍ଟସ କୁ ଆଇଫୋନ ରେ ବ୍ୟବହାର କରିବା ଦ୍ୱାରା ଏହା ସପୋର୍ଟ କରିନଥାଏ। ମାନେ କୌଣସି ଆଇଫୋନ ରେ ଅନଧିକୃତ ପାର୍ଟସ ବ୍ୟବହାର କରିବା ଦ୍ୱାରା ଟଚ ଆଇଡ଼ି କାମ କରିନଥାଏ। କିନ୍ତୁ ମାଥ୍ୟୁ ଓ ତାଙ୍କ ଟିମ ଏହାକୁ ସମ୍ଭବ କରି ଦେଖାଇଛନ୍ତି।

ସୂଚନା ଅନୁସାରେ ୟୁଟ୍ୟୁବର ଟିମ ଗୋଟିଏ ଟିଭିକୁ ଲେଜର ସାହାଯ୍ୟରେ ଟଚ ସ୍କ୍ରିନରେ ପରିବର୍ତ୍ତନ କରିଛନ୍ତି। ଦୁନିିଆର ସବୁଠୁ ବଡ଼ ଆଇଫୋନ ର କ୍ୟାମେରା ମଧ୍ୟ ଏଥିରେ କାମ କରୁଛି। ଏହା ପୂର୍ବରୁ ୬ ଫୁଟ ଆଇଫୋନ ର ରେକର୍ଡ଼ ଥିଲା। ଯାହାକି କିଛି ଦିନ ପୂର୍ବେ ଭାଙ୍ଗି ଯାଇଥିଲା। ୬ ଫୁଟ ଆଇଫୋନକୁ ZHC ନାମକ ଜଣେ ୟୁଟ୍ୟୁବର ତିଆରି କରିଥିଲେ।

ତେବେ ଟେକ୍ନୋଲୋଜି ଦୁନିଆରେ ତ ଏସବୁ ଏବେ ସମ୍ଭବ ହୋଇପାରୁଛି। ବିଭିନ୍ନ ଉପାୟକୁ ଆପଣାଇ ଏମିତି କିଛି ଜିନିଷ ତିିଆରି ହେଉଛି ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଯେତିକି ଲାଗୁଛି ଖୁସି ମଧ୍ୟ ମନେ ହେଉଛି। ନୂଆ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଦୁନିଆ ଆଗଉଛି। ଆଶା କରୁଛୁ ଆଜିର ଏହି ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଆମ ପେଜ କୁ ଫଲୋ କରନ୍ତୁ। ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅପଡେଟ ସମ୍ପର୍କରେ ଜାଣିବା ପାଇଁ ଦେଖୁଥାନ୍ତୁ କେନ୍ୟୁଜ ଓଡ଼ିଶା।

Leave A Reply

Your email address will not be published.