ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଦାବି କଲେ ୭ ମେଡିକାଲ୍‌ ଛାତ୍ରୀ, ଚିଠି ଲେଖି କହିଲେ, ଶୀଘ୍ର ଅନୁମତି ଦିଆଯାଉ…

କେରଳର ଏକ ମେଡିକାଲ୍‌ କଲେଜର ୭ ଛାତ୍ରୀ ହିଜାବ ପିନ୍ଧିବାକୁ ଦାବି କରିଛନ୍ତି। ଏଥିପାଇଁ ସେମାନେ କଲେଜ ପ୍ରିନ୍ସିପାଲ୍‌ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ହିଜାବ ନିୟମ ପାଳନ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଉ।

ଥିରୁଅନନ୍ତପୁରମରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପଢ଼ୁଥିବା ଛାତ୍ରୀମାନେ ଏପରି ଦାବି କରି କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ସେମାନେ କହିଛନ୍ତି ଯେ ସେମାନଙ୍କ ଧାର୍ମିକ ମାନ୍ୟତା ଅନୁସାରେ, ମୁସଲମାନ ମହିଳାମାନଙ୍କ ପାଇଁ ସବୁ ପରିସ୍ଥିତିରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ।

ଛାତ୍ରୀମାନେ ସେମାନଙ୍କୁ ଶୀଘ୍ର ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ପ୍ରିନ୍ସିପାଲଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପ୍ରିନ୍ସପାଲ୍ କହିଛନ୍ତି ଯେ ଛାତ୍ରୀମାନଙ୍କ ଦାବି ଉପରେ ଆଲୋଚନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଛାତ୍ରୀମାନଙ୍କ ଦାବି ଏବେ ସ୍ୱୀକାର କରାଯାଇପାରିବ ନାହିଁ।

ପ୍ରିନ୍ସିପାଲ୍‌ କହିଛନ୍ତି, ଅପରେସନ୍ ଥିଏଟରରେ ଅନ୍ତର୍ଜାତୀୟ ମାନକ ପାଳନ କରାଯାଇଥାଏ। ରୋଗୀଙ୍କ ସୁରକ୍ଷା ସବୁଠାରୁ ଉପରେ। ଏହି ମାମଲାରେ ଏକାକୀ ନିର୍ଣ୍ଣୟ ନିଆଯାଇପାରିବ ନାହିଁ। ଏଥିପାଇଁ ଗଠିତ କମିଟି ୧୦ ଦିନ ମଧ୍ୟରେ ସମାଧାନ ରାସ୍ତା ବାହାର କରିବେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.