ସବୁଜ ରଙ୍ଗରେ ହୋଇଥାଏ ପ୍ରତ୍ୟେକ ଘରର କବାଟ, ଜାଣନ୍ତୁ କେଉଁ ଗାଁରେ ରହିଛି ଏପରି ନିୟମ

ପ୍ରତ୍ୟେକ ଘରର କବାଟ ସବୁଜ ରଙ୍ଗର ହିଁ ହୋଇଥାଏ । ଗାଁର ସଂଚାଳନ ଏକ ଟ୍ରଷ୍ଟ କରୁଛି । ଏହି ଟ୍ରଷ୍ଟ ଗାଁକୁ ପୂର୍ବ ପରି ରଖିବାକୁ ଚାହୁଁଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । ଗାଁରେ ୧୪୦୦ ଲୋକ ରହୁଛନ୍ତି । ୩୦୦ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳର ସମସ୍ତ ନିୟମ ଟ୍ରଷ୍ଟ କରିବା ପାଇଁ କ୍ଷମତା ରଖିଛି ।

ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ନିୟମ ରହିଛି, ଯେଉଁ ନିୟମକୁ ସେହି ଦେଶର ପ୍ରତ୍ୟେକ ନାଗରିକ ମାନିଥାନ୍ତି । କିନ୍ତୁ ଅନେକ ଥର ସେହି ଦେଶରେ ଥିବା କିଛି ଅଞ୍ଚଳର ଲୋକମାନେ ଭିନ୍ନ ନିୟମ ମାନିଥାନ୍ତି । ଦେଶରେ ହୋଇଥିବା ନିୟମ ସେମାନଙ୍କ ଉପରେ ପ୍ରଭାବ ପକାଇ ନଥାଏ । ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଥିବା ଭିନ୍ନ ନିୟମ କେବେ କରାଯାଇଥିଲା ତାହା କେହି ଜାଣନ୍ତି ନାହିଁ, କିନ୍ତୁ ଲୋକମାନେ ଏହାକୁ ପରମ୍ପରା ଭଳି ମାନି ଆସନ୍ତି । ଏଭଳି କିଛି ଭିନ୍ନ ନିୟମ ବ୍ରିଟେନର ଏକ ଗାଁରେ ଦେଖିବାକୁ ମିଳିଥାଏ । ଏହି ଗାଁରେ କଡ଼ା ନିୟମ ପାଳନ କରାଯାଏ ଯାହାକୁ ଭୁଲରେ ମଧ୍ୟ କୌଣସି ଗ୍ରାମବାସୀ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରି ନଥାନ୍ତି ।

ରିପୋର୍ଟ ଅନୁସାରେ ବ୍ରିଟିଶର ୱେଣ୍ଟଓ୍ଵର୍ଥ ନାମକ ଏକ ଗାଁରେ ଅଜବ ନିୟମ ପାଳନ କରାଯାଇଥାଏ । ଏଠାକାର ଲୋକମାନେ ଏହି ନିୟମକୁ ପାଳନ କରିବାର କାରଣ ହେଉଛି, ସେମାନେ ସେହି ଦେଶର ଆର୍କିଟେକ୍ଚରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଏବଂ ଏହି ପରମ୍ପରାକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି । ଗାଁରେ କେବଳ ଗୋଟିଏ ଦୋକାନ ରହିଛି । ଦୁଇଟି ପବ୍‌ ଏବଂ ଗୋଟିଏ ରେଷ୍ଟୁରାଣ୍ଟ ରହିଛି ।

ଏହି ଗାଁକୁ ବୁଲିବା ପାଇଁ ଅନେକ ଲୋକ ଆସିଥାନ୍ତି । ଗାଁରେ ଗ୍ରୀନଡୋର ପଲିସି ପାଳନ କରାଯାଇଥାଏ । ଅର୍ଥାତ ପ୍ରତ୍ୟେକ ଘରର କବାଟ ସବୁଜ ରଙ୍ଗର ହିଁ ହୋଇଥାଏ । ଗାଁର ସଂଚାଳନ ଏକ ଟ୍ରଷ୍ଟ କରୁଛି । ଏହି ଟ୍ରଷ୍ଟ ଗାଁକୁ ପୂର୍ବ ପରି ରଖିବାକୁ ଚାହୁଁଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । ଗାଁରେ ୧୪୦୦ ଲୋକ ରହୁଛନ୍ତି । ୩୦୦ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳର ସମସ୍ତ ନିୟମ ଟ୍ରଷ୍ଟ କରିବା ପାଇଁ କ୍ଷମତା ରଖିଛି । ଏଥିପାଇଁ ୯୫%ର ମାଲିକାନା ଟ୍ରଷ୍ଟ ପାଖରେ ରହିଛି । ଗ୍ରାମରେ ରହୁଥିବା ଲୋକମାନଙ୍କର ନିଜ ଘର ନାହିଁ । ଅର୍ଥାତ ଗ୍ରାମବାସୀମାନେ ନିଜ ଘରର ମାଲିକ ନୁହଁନ୍ତି । ଘରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଲୋକମାନେ ପ୍ରଶାସନର ଅନୁମତି ଆବଶ୍ୟକ କରିଥାନ୍ତି ।

ଏଷ୍ଟେଟ ଗାଁର ମୁଖ୍ୟ ଆଲେକଜାଣ୍ଡାର କହିଛନ୍ତି ଯେ, ଯେଉଁ ଗାଁର ସମସ୍ତ ଘରେ କବାଟର ରଙ୍ଗ ସବୁଜ, ତାହା ୱେଣ୍ଟଓ୍ଵର୍ଥ ଗାଁର ବୋଲି ଜଣା ପଡ଼ିବ । ଗାଁର ସମସ୍ତ କବାଟ ସବୁଜ ରଙ୍ଗର ଦେଖିବା ପରେ ଏହା ଏକ ଏଷ୍ଟେଟ ଗାଁ ବୋଲି ବୁଝାଯାଏ । ଏହା ଏକ ହେରିଟେଜ ଗାଁ ର ଅଂଶ । କୌଣସି ବ୍ୟକ୍ତି ଏହି ଗାଁକୁ ଆସିବା ପରେ ଗାଁର ପ୍ରତ୍ୟେକ ଘରେ ଥିବା ସବୁଜ କବାଟ ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି । ପ୍ରତ୍ୟେକ ଘରର କବାଟ ସବୁଜ ରଙ୍ଗର ହୋଇଥିବାରୁ ଏହି ଗାଁ ସ୍ୱତନ୍ତ୍ର ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.