ରେଳ ଷ୍ଟେସନରେ ଅଘଟଣ: ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସୋର ରେଳ ଷ୍ଟେସନରେ ଅଘଟଣ। ରେଳ ଷ୍ଟେସନର ଅନତି ଦୂରରେ ଦୁଇଜଣ ଯୁବକ ପୃଥକ ଭାବେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି।

ସୋର (କେନ୍ୟୁଜ): ଟ୍ରେନରୁ ଖସି ଦୁଇ ଯୁବକଙ୍କ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ନିକଟରେ ଟ୍ରେନ ଖସି ଦୁଇ ଯୁବକର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଡାଉନ୍‌ ଜଗନ୍ନାଥ ଏକ୍ସପ୍ରେସରେ ମଙ୍ଗଳପୁର ଅଞ୍ଚଳର ଯୁବକ ହରେକୃଷ୍ଣ ପାଣ୍ଡେ କୋଲକତା ଯାଉଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ ।

ସେହିପରି ଏର୍ଣ୍ଣାକୁଲମ୍‌ ବିଶାଖାପାଟନା ଏକ୍ସପ୍ରେସରେ ଯାଉଥିବା ଟ୍ରେନ ପାଟନା ଅଞ୍ଚଳର ଯୁବକ ଅବଦୁଲ କାଦିରି ଭୋର ସମୟରେ ସୋର ଷ୍ଟେସନ ଟ୍ରେନ ଖସି ମୃତ୍ୟୁବରଣ କରିଛନ୍ତି। ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.