ହାଇକୋର୍ଟରେ କ୍ଲର୍କ ପଦବୀ ଖାଲି, ମାସକୁ ଦରମା ୩୫ ହଜାର ଟଙ୍କା

ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ୨୬ଟି ଲ କ୍ଲର୍କ ପଦବୀ ଖାଲିପଡିଛି । ଲ’ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୨ ଜୁଲାଇ ରହିଛି ।

ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୨୬ଟି ଲ କ୍ଲର୍କ ପଦ ପାଇଁ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରିପାରିବେ । ଏହି ଆବେଦନ କରିବା ପାଇଁ ଶେଷ ତାରିଖ ୨୨ ଜୁଲାଇ ରହିଛି ।

ପଦବୀ ବିବରଣୀ : ୨୬

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୫ ବର୍ଷର ଲ’ କୋର୍ସ କରିଥିବା ଜରୁରୀ କିମ୍ବା ୩ ବର୍ଷୀୟ ଲ’ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ହେବା ଜରୁରୀ ।

ଦରମା : ପ୍ରାର୍ଥୀଙ୍କ ଦରମା ମାସକୁ ୩୫,୦୦୦ ଟଙ୍କା ମିଳିବ ।

ଆବେଦନ ପତ୍ର ପଠାଇବାର ଠିକଣା :

Registrar (Recruitment), Andhra Pradesh High Court, Amaravati, Nellapadu, Guntur District, Andhra Pradesh – 522238.

https://aphc.gov.in/docs/Law%20Clerks%20Notifiction%2027.6.2023%20guidelines.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.