ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ କଲା ଯୁବକ, ୬ ମୃତକଙ୍କ ମଧ୍ୟରେ ୩ ଜଣ ପିଲା ସାମିଲ
ଚୀନର ଏକ ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ, ୩ ଜଣ ପିଲା ଏବଂ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି। ଘଟଣା ପରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି ।
ଚୀନର ଏକ ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ, ୩ ଜଣ ପିଲା ଏବଂ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି। ଘଟଣା ପରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି । ସ୍କୁଲରେ ଏମିତି ଘଟଣା ଯୋଗୁଁ ପିଲା ଏବଂ ଅଭିଭାବକ ଭୟଭୀତ ରହିଛନ୍ତି ।
ଖବର ମୁତାବକ, ଚୀନର ଦକ୍ଷିଣ ପୂର୍ବ ଜିୟାଂସୀ ପ୍ରାନ୍ତରେ ଏକ ନର୍ସରୀ ସ୍କୁଲରେ ଆକ୍ରମଣ ହୋଇଛି । ସୋମବାର ସ୍ଥାନୀୟ ସମୟ ସକାଳ ୭.୪୦ ମିନିଟରେ ଜଣେ ଯୁବକ ନର୍ସରୀ ସ୍କୁଲରେ ପସି ଛୁରେ ଆକ୍ରମଣ କରିଥିଲା । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ, ୩ ଜଣ ପିଲା ଏବଂ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି। ଆଉ କିଛି ଲୋକ ଆହତ ହୋଇଛନ୍ତି ।
A 25-year-old man was suspected of attacking a kindergarten in China’s Guangdong province, killing six people and injuring one, triggering an outpouring of concern about violence against children at school https://t.co/yvuKcn61sa
— Reuters (@Reuters) July 10, 2023
ଆକ୍ରମଣ କରିଥିବା ଯୁବକଙ୍କ ନାମ ବୁ(୨୫) । ପୋଲିସ ତାଙ୍କୁ ଗିରଫ କରିଛି । ସେ ଜାଣିଶୁଣି ଏମିତି ଆକ୍ରମଣ କରିଥିଲା ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ, ଚୀନରେ ଏମିତି ଘଟଣା ବହୁତ କମ୍ ଦେଖିବାକୁ ମିଳିଥାଏ । କିନ୍ତୁ ସ୍କୁଲରେ ଏମିତି ଘଟଣା ଯୋଗୁଁ ପିଲା ଏବଂ ଅଭିଭାବକ ଭୟଭୀତ ରହିଛନ୍ତି । ୨୦୨୧ରେ ଏମିତି ଘଟଣାରେ ୨ ପିଲାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୧୬ ଜଣ ଆହତ ହୋଇଥିଲେ ।