ମୋବାଇଲରେ ଥିବା NFC ଫିଚର କଣ? ଏହା ବ୍ଲୁଟୁଥ ଠାରୁ କେତେ ଭିନ୍ନ

NFC ୨୦୦୨ ରେ ଆରମ୍ଭ ହୋଇଥିଲା । ଏହା ପେମେଣ୍ଟ ସର୍ଭିସ ପାଇଁ ସ୍ମାର୍ଟ କାର୍ଡ ଭାବରେ ଲଞ୍ଚ କରାଯାଇଥିଲା । କିନ୍ତୁ ବର୍ତ୍ତମାନ NFC ଆପଣଙ୍କ ସ୍ମାର୍ଟଫୋନ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସରେ ମଧ୍ୟ ଉପଲବ୍ଧ ହେଉଛି ଏବଂ ମୋବାଇଲ୍ ପେମେଣ୍ଟ, ସ୍ମାର୍ଟ ଟ୍ୟାଗ୍, ଟେଲିକମ୍ ଯୋଗାଯୋଗରେ ବ୍ୟବହାର କରାଯାଉଛି ।

ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ନିଜ ଫୋନରେ ଅନେକ ଥର NFC ନାମକ ଏକ ଅପ୍ସନ ଦେଖିଥିବେ । କିନ୍ତୁ ଅନେକ ୟୁଜର୍ସ NFC ଫିଚର କିପରି ବ୍ୟବହାର ହୁଏ ତାହା ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା NFC ଫିଚର କଣ । ଏହାର ଫୁଲ୍‌ ଫର୍ମ ହେଉଛି ନିୟର ଫିଲ୍ଡ କମ୍ୟୁନିକେସନ୍ । ଯାହା କିଛି ମାତ୍ରାରେ ବ୍ଲୁଟୁଥ୍ ପରି କାମ କରେ । ଆମେ ଆପଣଙ୍କୁ NFC ର ଫିଚର ବିଷୟରେ ଜଣାଇବୁ ଏବଂ ବ୍ଲୁଟୁଥ୍ ତୁଳନାରେ NFC ଫିଚର କାହିଁକି ଅଧିକ ସୁରକ୍ଷିତ ତାହା ଆପଣ ଜାଣି ପାରିବେ ।

NFC ୨୦୦୨ ରେ ଆରମ୍ଭ ହୋଇଥିଲା । ଏହା ପେମେଣ୍ଟ ସର୍ଭିସ ପାଇଁ ସ୍ମାର୍ଟ କାର୍ଡ ଭାବରେ ଲଞ୍ଚ କରାଯାଇଥିଲା । କିନ୍ତୁ ବର୍ତ୍ତମାନ NFC ଆପଣଙ୍କ ସ୍ମାର୍ଟଫୋନ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସରେ ମଧ୍ୟ ଉପଲବ୍ଧ ହେଉଛି ଏବଂ ମୋବାଇଲ୍ ପେମେଣ୍ଟ, ସ୍ମାର୍ଟ ଟ୍ୟାଗ୍, ଟେଲିକମ୍ ଯୋଗାଯୋଗରେ ବ୍ୟବହାର କରାଯାଉଛି ।

ତେବେ ଏହା କିପରି କାମ କରିଥାଏ ତାହା ହୁଏତ ଆପଣ ମାନେ ଜାଣି ନଥିବେ । NFC କାର୍ଯ୍ୟ କରିବା ପାଇଁ, ହ୍ୟାଣ୍ଡସେଟ୍କୁ NFC ଚିପ୍ ସହିତ ଯୋଡ଼ା ଯାଇଥାଏ । ଯାହା ଇଲେକ୍ଟ୍ରୋନିକ୍ ଡିଭାଇସ ଚିହ୍ନିବା ପାଇଁ ଏବଂ ଏହା ସହିତ ଯୋଗାଯୋଗ କରିବା ପାଇଁ ସକ୍ଷମ ହୋଇଥାଏ । ଯଦି ଗୋଟିଏ NFC ଡିଭାଇସକୁ ଅନ୍ୟ ଏକ NFC ଡିଭାଇସ ନିକଟରେ ରଖାଯାଏ ଏବଂ ଉଭୟ NFC ଡିଭାଇସ ଯୋଗାଯୋଗ କରିବାରେ ସକ୍ଷମ ହେବେ, ତେବେ ଏହା ଦ୍ୱାରା ଡାଟା ଟ୍ରାନ୍ସଫର ହୋଇପାରିବ । NFC ମାଧ୍ୟମରେ URL, କ୍ରେଡିଟ୍ କାର୍ଡ ସୂଚନା, ଛୋଟ ମେସେଜ ଭଳି ଡାଟା ଟ୍ରାନ୍ସଫର ହୋଇଥାଏ ।

ଏହା ବ୍ଲୁଟୁଥ ଠାରୁ କିପରି ଭିନ୍ନ ତାହା ଜାଣି ରଖନ୍ତୁ । NFC ର କାର୍ଯ୍ୟ ହେଉଛି ଡାଟା ପ୍ରୋସେସ କରିବା । ଯଦି NFC ଦୁଇଟି ଡିଭାଇସରେ ଥାଏ, ତେବେ ଏହାକୁ ନିକଟରେ ରଖି ଡାଟା ଟ୍ରାନ୍ସଫର କରାଯାଇପାରିବ । NFC ର ରେଞ୍ଜ ୧୦ ମିଟର ହୋଇଥାଏ । ଏପରି ପରିସ୍ଥିତିରେ, ଏହା ସୁରକ୍ଷା ଦୃଷ୍ଟିରୁ ଭଲ ହୋଇଥାଏ ।

ଅନ୍ୟପଟେ ବ୍ଲୁଟୁଥ୍ ରେଞ୍ଜ ପାଖାପାଖି ୧୦୦ ମିଟର ହୋଇଥାଏ । ସ୍ମାର୍ଟ କାର୍ଡରେ NFC ବ୍ୟବହାର କରାଯାଇଥାଏ । ତେବେ ମେଟ୍ରୋ ଗେଟରେ କାର୍ଡ ଲଗାଇଲେ ଟଙ୍କା କଟିଯାଇଥାଏ କାରଣ ଏହା NFC ଦ୍ୱାରା ହିଁ ସମ୍ଭବ ହୋଇଥାଏ । ଅଟୋମେଟିକ ପେମେଣ୍ଟ କାର୍ଡରେ ମଧ୍ୟ NFC ବ୍ୟବହାର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.