ଭାରତୀୟ ରେଳ ଉପରେ ବନ୍ୟାର ପ୍ରଭାବ, ୧୭ ଟ୍ରେନ୍ ବାତିଲ୍
ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ, ରେଳଧାରଣା, ଚାଷଜମି ସବୁକିଛି ଜଳାର୍ଣ୍ଣବ ହୋଇଯାଇଛି, ଯାହାର ପ୍ରଭାବ ଭାରତୀୟ ରେଲେଓ୍ଵର ଟ୍ରେନ୍ଗୁଡ଼ିକ ଉପରେ ପଡ଼ିଛି।
ପ୍ରବଳ ବର୍ଷା ହେତୁ ଟ୍ରେନ୍ ବାତିଲ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଅମ୍ବାଲା ମଣ୍ଡଳର ଦୁଇ ରେଳ ଖଣ୍ଡର ରେଲେଓ୍ଵ ଟ୍ରାକ୍ ଉପରେ ବର୍ଷା ପାଣି ଚାଲିଛି। ଏହି କାରଣରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁରାଦାବାଦ ମଣ୍ଡଳରୁ ଚାଲୁଥିବା ୧୭ଟି ଟ୍ରେନକୁ ବାତିଲ କରାଯାଇଛି।
ଏହା ବ୍ୟତୀତ ଅନେକ ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇ କିଛି ଟ୍ରେନକୁ ସ୍ୱଳ୍ପ ସମୟ ପାଇଁ ବନ୍ଦ କରି ଦିଆଯାଇଛି। ବର୍ଷା ଯୋଗୁ ମୋଟ ୯ଟି ଟ୍ରେନ୍ ଶର୍ଟ ଟର୍ମିନେଟ୍ ଏବଂ ଶର୍ଟ ଓରିଜିନେଟ୍ ହେବ।
ବାତିଲ୍ ହୋଇଥିବା ଟ୍ରେନ୍
ଟ୍ରେନ୍ ନମ୍ବର: 14610 (ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା-ରୁର୍କୀ)
ଟ୍ରେନ୍ ନମ୍ବର: 14632 (ଅମୃତସର-ଡେରାଡୁନ୍ ଏକ୍ସପ୍ରେସ)
ଟ୍ରେନ୍ ନମ୍ବର: 13152 (ଜମ୍ମୁ ତାୱି-କୋଲକାତା ଏକ୍ସପ୍ରେସ )
ଟ୍ରେନ୍ ନମ୍ବର: 14606 (ଜମ୍ମୁ ତାୱି-ହାଓ୍ଵଡା)
ଟ୍ରେନ୍ ନମ୍ବର: 14662 (ଜମ୍ମୁ ତାୱି-ବାଡମେର ଏକ୍ସପ୍ରେସ୍)
ଟ୍ରେନ୍ ନମ୍ବର: 12208 (ଜମ୍ମୁ ତାୱି-କାଠଗୋଦାମ୍)
ଟ୍ରେନ୍ ନମ୍ବର: 15012 (ଚଣ୍ଡିଗଡ଼-ଲକ୍ଷ୍ନୌ ଜଙ୍କସନ)
ଟ୍ରେନ୍ ନମ୍ବର: 14674 (ଅମୃତସର-ଜୟନଗର ଏକ୍ସପ୍ରେସ)
ଟ୍ରେନ୍ ନମ୍ବର: 12232 (ଚଣ୍ଡିଗଡ଼-ଲକ୍ଷ୍ନୌ ଏକ୍ସପ୍ରେସ ଟ୍ରେନ୍)
ଟ୍ରେନ୍ ନମ୍ବର: 13308 (ଫିରୋଜପୁର-ଧନବାଦ୍)
ଟ୍ରେନ୍ ନମ୍ବର: 13306 (ଅମୃତସର-ହାଓ୍ଵଡା ଜଙ୍କସନ)
ଟ୍ରେନ୍ ନମ୍ବର: 22432 (ଉଧମପୁର-ସୁବେଦାରଗଞ୍ଜ ଏକ୍ସପ୍ରେସ ଟ୍ରେନ୍)
ଟ୍ରେନ୍ ନମ୍ବର: 14631 (ଡେରାଡୁନ୍-ଅମୃତସର ଜଙ୍କସନ)
ଟ୍ରେନ୍ ନମ୍ବର: 14887 (ଋଷିକେଶ-ବାଡ଼ମେର ଏକ୍ସପ୍ରେସ୍)
ଟ୍ରେନ୍ ନମ୍ବର: 12231 (ହାଓ୍ଵଡା-ଜମ୍ମୁ ତାୱି)
ଟ୍ରେନ୍ ନମ୍ବର: 14609 (ଋଷିକେଶ-ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା)