ବହିସ୍କୃତ ପରେ ମୋକିମଙ୍କ ପ୍ରତିକ୍ରିୟା: ପିସିସି ସଭାପତି ଏକ ପାଖିଆ ରିପୋର୍ଟ ଦିଲ୍ଲୀକୁ ପଠାଇଲେ ଏହା ଶୁଭ ସଂକେତ ନୁହଁ
ଦଳ ବିରୁଦ୍ଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ। ଦଳକୁ କ୍ଷତି କରିବା ଭଳି କାର୍ଯ୍ୟକ୍ରମ କରିନାହୁଁ। ମୋର ବିଶ୍ୱାସ ଅଛି ଯିଏ ବି ଯାହା କରିଛି ଆଗାମୀଦିନରେ ପ୍ରକାଶ ପାଇବ। ମୁଁ ସସପେଣ୍ଡ ହେଲା ପରେବି କଂଗ୍ରେସରେ ରହିବି।
ଭୁବନେଶ୍ବର(କେନ୍ୟୁଜ୍): ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ରୁ ନିଲମ୍ବନ ପରେ ଅସନ୍ତୋଷ ଝାଡିଲେ ବିଧାୟକ ମହମ୍ମଦ ମୋକିମ। AICC ଆମକୁ ଉତ୍ତର ମାଗିଥିଲା ସେ ଉତ୍ତର ସନ୍ତୋଷଜନକ ନଥିଲା ଆମେ ନିଲମ୍ବନ ହେଇଛୁ। ଦଳ ବିରୁଦ୍ଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ। ଦଳକୁ କ୍ଷତି କରିବା ଭଳି କାର୍ଯ୍ୟକ୍ରମ କରିନାହୁଁ। ମୋର ବିଶ୍ୱାସ ଅଛି ଯିଏ ବି ଯାହା କରିଛି ଆଗାମୀଦିନରେ ପ୍ରକାଶ ପାଇବ। ମୁଁ ସସପେଣ୍ଡ ହେଲା ପରେ ବି କଂଗ୍ରେସରେ ରହିବି। ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି। ଦଳ ନିଲମ୍ବନ କରିଛି ବହିଷ୍କାର କରିନାହିଁ। ଏ ବିଷୟରେ AICC ସହ ଆଲୋଚନା କରିବି। ଖରାପ ସମୟରେ କଂଗ୍ରେସ ସହ ଥିଲୁ।
କଂଗ୍ରେସକୁ ମଜବୁତ କରୁଥିଲୁ। କିଛି ନୀଚ୍ଚ ସ୍ୱାର୍ଥ ବ୍ୟକ୍ତି ଯାହାର ଗୋଡ଼ ତଳେ ମାଟି ନାହିଁ ସେମାନେ ପଦାଧିକାରୀ ହେବା ପାଇଁ ଦଳ ର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ମୁଁ ବିଚଳିତ ନୁହଁ। ସଭାପତିଙ୍କ ଆଲୋଚନା କରିବାର ଥିଲା ଆମ ସହ। ଆଲୋଚନା ନକରି ବିଧାୟକ ଏବଂ କାର୍ଯ୍ୟକାରୀ ସଭାପତିଙ୍କ ବିରୁଦ୍ଧରେ ଏକ ପାଖିଆ ଦିଲ୍ଲୀକୁ ପଠାଇଲେ, ଏହା ଶୁଭ ସଂକେତ ନୁହଁ। ମୁଁ ଅନୁତପ୍ତ ନୁହେଁ ମୁଁ କିଛି ଭୁଲ କରିନାହିଁ। କଂଗ୍ରେସକୁ ସୃଦୁଢ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲୁ। ୮ ରୁ ୮୦ ହବ କଂଗ୍ରେସ। କଟକରୁ ସ୍ୱାଧୀନ ଭାବେ ଲଢ଼ିବି। ମୁଁ କିଛି ଅସନ୍ତୋଷ ଜନକ କାର୍ଯ୍ୟ କରିନାହିଁ ଯେ ଏଆଇସିସି କୁ ସନ୍ତୋଷ ଜନକ ଉତ୍ତର ଦେବି। ମୋ ପାଇଁ କଂଗ୍ରେସ ସଂଗଠନ ଉପରେ କିଛି ଫରକ ପଡିବ ନାହିଁ। କଂଗ୍ରେସରେ ଅଛି ରହିବି କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବି।