ପୁଣି ପରକୀୟା ପ୍ରୀତି ପାଇଁ ଗଡ଼ିଲା ମୁଣ୍ଡ, ଦିବ୍ୟାଙ୍ଗ ନାବାଳିକାର ଜୀଵନ ନେବାକୁ ପଛାଇଲାନି
ସ୍ତ୍ରୀ ଘର ଛାଡି ପଳେଇବା ଦିନଠୁଁ ରାଗ ରଖିଥିଲେ ରେପ ମୁର୍ମୁ। ଆଜି କୃଷ୍ଣ ଗିରିଙ୍କ ପରିବାର ଲୋକେ ଚାଷ କାମ ପାଈଁ ବିଲକୁ ଯାଇଥିବା ବେଳେ ଘରେ ଏକା ପାଈ ଦିବ୍ୟାଙ୍ଗ ନାବାଳିକାଙ୍କୁ କଟୁରୀରେ ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ ରେପ ମୁର୍ମୁ।
ରାଇରଙ୍ଗପୁର(କେନ୍ୟୁଜ୍): ପରକୀୟା ପ୍ରୀତି ନେଲା ନିରୀହ ଦିବ୍ୟାଙ୍ଗ ନାବାଳିକାଙ୍କ ଜୀଵନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମାହିଷାଣି ଥାନା ସାରଣ୍ଡା ଗ୍ରାମରେ। ମୃତକ ନାବାଳିକା ଜଣକ ହେଲେ ସାରଣ୍ଡା ଗ୍ରାମର କୃଷ୍ଣ ଗିରିଙ୍କ ୧୪ ବର୍ଷର ଦିବ୍ୟାଙ୍ଗ ନାବାଳିକା ଲିପି ଗିରି । ସୂଚନା ଅନୁଯାୟୀ,ସାରଣ୍ଡା ଗ୍ରାମର କୃଷ୍ଣ ଗିରି ପଡୋଶୀ ରେପ ମୁର୍ମୁଙ୍କ ସ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। କିଛି ଦିନପରେ ରେପ ମୁର୍ମୁଙ୍କ ସ୍ତ୍ରୀ, ସ୍ୱାମୀଙ୍କୁ ଛାଡି କୃଷ୍ଣ ଗିରିଙ୍କ ସହ ରହିବାକୁ ଲାଗିଲେ।
ସ୍ତ୍ରୀ ଘର ଛାଡି ପଳେଇବା ଦିନଠୁଁ ରାଗ ରଖିଥିଲେ ରେପ ମୁର୍ମୁ। ଆଜି କୃଷ୍ଣ ଗିରିଙ୍କ ପରିବାର ଲୋକେ ଚାଷ କାମ ପାଈଁ ବିଲକୁ ଯାଇଥିବା ବେଳେ ଘରେ ଏକା ପାଈ ଦିବ୍ୟାଙ୍ଗ ନାବାଳିକାଙ୍କୁ କଟୁରୀରେ ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ ରେପ ମୁର୍ମୁ। ପରିବାର ଲୋକେ ଜାଣିବା ପରେ ପୋଲସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଓ କଟୁରୀ ଜବତ କରିବା ସହ ଅଭିଯୁକ୍ତ ରେପ ମୁର୍ମୁଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।