Below header

ନାଲକୋରେ କୋଇଲା ସଙ୍କଟ, ପ୍ରଭାବିତ ହୋଇଛି ବିଦ୍ୟୁତ ଉତ୍ପାଦନ

ନାଲକୋର ଅନୁଗୁଳ ପ୍ଲାଣ୍ଟରୁ ୧୨ଦିନ ହେବ ପାଉଁଶ ନିଷ୍କାସନ ବନ୍ଦ ରହିଛି। ନାଲକୋରୁ ଭରତପୁର ମାଇନ୍‌ସ ଭଏଡକୁ ପାଖାପାଖି ପାଞ୍ଚ ହଜାର ଟନ୍‌ ପାଉଁଶ ନିଷ୍କାସନ ହେଉଥିଲା। ଗତ ୧୨ ଦିନ ଧରି ଏହା ବନ୍ଦ ଥିବାରୁ ନାଲକୋ ଆସପଣ୍ଡରେ ପାଉଁଶ ରଖିବା ପାଇଁ ଜାଗାର ଅଭାବ ଦେଖାଦେଲାଣି

ଅନୁଗୁଳ(କେନ୍ୟୁଜ୍):  ନାଲକୋରେ କୋଇଲା ସଙ୍କଟ। ପ୍ରଭାବିତ ହୋଇଛି ବିଦ୍ୟୁତ ଉତ୍ପାଦନ। ନାଲକୋର ଅନୁଗୁଳ ପ୍ଲାଣ୍ଟରୁ ୧୨ଦିନ ହେବ ପାଉଁଶ ନିଷ୍କାସନ ବନ୍ଦ ରହିଛି। ନାଲକୋରୁ ଭରତପୁର ମାଇନ୍‌ସ ଭଏଡକୁ ପାଖାପାଖି ପାଞ୍ଚ ହଜାର ଟନ୍‌ ପାଉଁଶ ନିଷ୍କାସନ ହେଉଥିଲା। ଗତ ୧୨ ଦିନ ଧରି ଏହା ବନ୍ଦ ଥିବାରୁ ନାଲକୋ ଆସପଣ୍ଡରେ ପାଉଁଶ ରଖିବା ପାଇଁ ଜାଗାର ଅଭାବ ଦେଖାଦେଲାଣି। ଏହାସହ କୋଇଲା ଯୋଗାଣରେ ମଧ୍ୟ ଅଭାବ ଦେଖାଯାଇଛି। ଫଳରେ ସିପିପିର ୧୦ଟି ୟୁନିଟରୁ ୫ଟି ୟୁନିଟରେ ବିଦ୍ୟୁତ ଉତ୍ପାଦନ ହେଉଛି। ସେପଟେ ଅର୍ଥନୈତିକ ଅବରୋଧ ଯୋଗୁଁ ରେଳ ଯୋଗେ ତାଳଚେର ଭରତପୁର କୋଇଲା ଖଣିରୁ ଯୋଗାଣ ବନ୍ଦ ରହିଛି। ଗଛିତ କୋଇଲାକୁ ବର୍ତ୍ତମାନ ବ୍ୟବହାର କରାଯାଉଛି।

ଗଚ୍ଛିତ କୋଇଲାରେ ଆଗାମୀ ପାଞ୍ଚରୁ ସାତ ଦିନ ପ୍ଲାଣ୍ଟ ଚାଲିପାରେ। ସିପିପିରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ଯୋଗୁଁ ସ୍ମେଲ୍‌ଟର ପ୍ଲାଣ୍ଟର ଆବଶ୍ୟକତା ଭରଣା ପାଇଁ ନାଲକୋ ରାଜ୍ୟ ଗ୍ରୀଡ ଠାରୁ ଅଧିକ ଦରରେ ବିଦ୍ୟୁତ କିଣୁଛି। ନିଅଣ୍ଟିଆ ପ୍ରାୟ ଦୈନିକ ୪ହଜାର ମେଗା ୱାଟ ପାୱାର ରାଜ୍ୟ ଗ୍ରୀଡ ଠାରୁ କିଣଯାଉଛି ଯାହାର ମୂଲ୍ୟ ପ୍ରାୟ ୯କୋଟି ଟଙ୍କା। ନାଲ୍‌କୋ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ନାଲକୋ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ତୁରନ୍ତ ହସ୍ତକ୍ଷେପ କରି ନାଲକୋ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.