Below header

ବାଘଛାଲ ଜବତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ବନବିଭାଗ କବଜାରୁ ମାରିଲା ଛୁ…

ଗତକାଲି ୪ଟି ବାଘଛାଲ ଜବତ ହେବା ସହ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରୂପାୟ ମାରାଣ୍ଡିକୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମୟୁରଭଞ୍ଜ(କେନ୍ୟୁଜ୍):  ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରୁ ଛୁ ମାରିଲା ବାଘଛାଲ ଜବତ ଘଟଣାରେ ଗିରଫ ଜଣେ ଅଭିଯୁକ୍ତ । ଅସୁସ୍ଥତା ବାହାନା କରି ହସ୍ପିଟାଲ ଯାଇଥିଲେ । ସୁଯୋଗ ଦେଖି ଚମ୍ପଟ ମାରିଲା । ଫେରାର୍‌ ଅଭିଯୁକ୍ତର ନାଁ ରୂପାୟ ମାରାଣ୍ଡି । ଏନେଇ ବନ ବିଭାଗ ପକ୍ଷରୁ ବାରିପଦା ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଛି ।

ଗତକାଲି ୪ଟି ବାଘଛାଲ ଜବତ ହେବା ସହ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରୂପାୟ ମାରାଣ୍ଡିକୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଏହି ଘଟଣାରେ ବାରିପଦା ରେଞ୍ଜ ଅଧିକାରୀଙ୍କୁ କୈଫିୟତ ମାଗିଛନ୍ତି ଡିଏଫଓ ସନ୍ତୋଷ ଯୋଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.