ପାରିବାରିକ କଳହ ଯୋଗୁଁ ଟ୍ରେନ ଲାଇନକୁ ଡେଇଁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଦୁଇ ମାସ ହେବ ଶାନ୍ତିପଲି ବସ୍ତିରେ ଘର ଭଡା ନେଇ ରହୁଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ଦୁହେଁ ରାଜଧାନୀରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ନାଁ ସୋନୁ ଓ ବାବୁଲା ବୋଲି ଜାଣିବାକୁ ପାଇଛି GRP ପୋଲିସ। ଏମାନଙ୍କ ଘର କଟକ ଅଞ୍ଚଳରେ

ଭୁବନେଶ୍ବର(କେନ୍ୟୁଜ୍): ବମିଖାଲ ଶାନ୍ତିପଲି ନିକଟ ଟ୍ରେନ ଲାଇନକୁ ଡେଇଁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା। ପାରିବାରିକ କଳହ ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଜାଣିବାକୁ ପାଇଛି ପୋଲିସ। ଦୁଇ ମାସ ହେବ ଶାନ୍ତିପଲି ବସ୍ତିରେ ଘର ଭଡା ନେଇ ରହୁଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ଦୁହେଁ ରାଜଧାନୀରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ନାଁ ସୋନୁ ଓ ବାବୁଲା ବୋଲି ଜାଣିବାକୁ ପାଇଛି GRP ପୋଲିସ। ଏମାନଙ୍କ ଘର କଟକ ଅଞ୍ଚଳରେ। ଗତକାଲି କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ବାବୁଲା ଅତ୍ୟଧିକ ମଦ୍ୟପାନ କରି ସୋନୁକୁ ବାଡେଇ ଥିଲେ। ତେବେ ପାଖ ପଡୋଶୀ ଏହି ଘଟଣା ବିଷୟରେ ଜାଣିବା ପରେ ଉଭୟଙ୍କୁ ବୁଝା ସୁଝା କରିଥିଲେ। କିଛି ସମୟ ପାଇଁ ଉଭୟଙ୍କ ପାତିତୁଣ୍ଡ ମାଡ଼ଗୋଳ କମିଥିଲା। ପଡୋଶୀ ମାନେ ବୁଝା ସୁଝା କରି ଯିବା ପରେ ଉଭୟ ଘର ନିକଟରେ ଥିବା ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା କଥା ପୋଲିସ ପଡୋଶୀଙ୍କ ବୟାନ ରେକର୍ଡ କଲା ପରେ ଜାଣିବାକୁ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.