ସାଢ଼େ ୬ କୋଟି PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ସରକାର ବଢ଼ାଇଲେ ସୁଧ ଦର

କେନ୍ଦ୍ର ସରକାର ପ୍ରୋଭିଡେଣ୍ଟ୍ ଫଣ୍ଡ୍‌ (ପିଏଫ୍) ଆକାଉଣ୍ଟରେ ସୁଧ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ରିପୋର୍ଟ ମୁତାବକ, ସରକାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ PF ଆକାଉଣ୍ଟରେ ୮.୧୫% ସୁଧକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାର ପ୍ରୋଭିଡେଣ୍ଟ୍ ଫଣ୍ଡ୍‌ (ପିଏଫ୍) ଆକାଉଣ୍ଟରେ ସୁଧ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ରିପୋର୍ଟ ମୁତାବକ, ସରକାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ PF ଆକାଉଣ୍ଟରେ ୮.୧୫% ସୁଧକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଚଳିତ ବର୍ଷ ମାର୍ଚ୍ଚରେ ସୁଧ ହାର ୦.୦୫% ବୃଦ୍ଧି କରିବାକୁ ସୁପାରିଶ କରିଥିଲା। ଜୁଲାଇ ୨୪ ସୋମବାର ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରାଯାଇଛି। କହି ରଖୁଛୁ, ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ PF ଆକାଉଣ୍ଟରେ ୮.୧୦% ପ୍ରତିଶତ ସୁଧ ହାର ସ୍ଥିର କରିଥିଲେ।

PF ଆକାଉଣ୍ଟରେ ସୁଧ ହାର ବୃଦ୍ଧି କରିବାର ନିଷ୍ପତ୍ତି ପରେ ଏବେ କୌଣସି ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଯଦି ୧ ଲକ୍ଷ ଟଙ୍କା ଅଛି, ତେବେ ତାଙ୍କୁ ୮,୧୫୦ ଟଙ୍କା ସୁଧ ମିଳିବ। ଯଦି ଆକାଉଣ୍ଟରେ ୩ ଲକ୍ଷ ଟଙ୍କା ଅଛି, ତେବେ ୮.୧୫% ହାରରେ ୨୪ ହଜାର ୪୫୦ ଟଙ୍କା ସୁଧ ମିଳିବ। ଆଉ ଯଦି ଆପଣଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା ଅଛି, ତା’ ହେଲେ ଆପଣ ୪୦ ହଜାର ୭୫୦ ଟଙ୍କା ସୁଧ ପାଇବେ।

କହି ରଖୁଛୁ, ଦେଶରେ ପ୍ରାୟ ସାଢ଼େ ୬ କୋଟି କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଅଧୀନରେ ଅଛନ୍ତି। EPFO ଅଧିନିୟମ ଅନୁଯାୟୀ, କର୍ମଚାରୀଙ୍କ ମୌଳିକ ବେତନ (ବେସିକ୍‌ ସାଲାରୀ) ଏବଂ DAର ୧୨% ପ୍ରୋଭିଡେଣ୍ଟ ଫଣ୍ଡକୁ ଯାଏ।

ଏହା ବ୍ୟତୀତ କମ୍ପାନୀ ମଧ୍ୟ ମୌଳିକ ବେତନ ଏବଂ DAର ୧୨% କର୍ମଚାରୀଙ୍କ ଫଣ୍ଡ୍‌ରେ ଜମା କରିଥାଏ। କମ୍ପାନୀର ୧୨% ଅବଦାନ ମଧ୍ୟରୁ ୩.୬୭% PF ଆକାଉଣ୍ଟକୁ ଏବଂ ୮.୩୩% ପେନ୍‌ସନ ସ୍କିମ୍‌କୁ ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.