Below header

କଳିଯୁଗର ଅନ୍ତ କେବେ?

କେବେ ସରିବ କଳିଯୁଗ? କିପରି ହେବ ଏହାର ଅନ୍ତ? କେବେ ଭଗବାନ ବିଷ୍ଣୁ ନେବେ ନିଜ କଳ୍କି ଅବତାର? କଳିଯୁଗ ଶେଷ ହେବାପରେ ୫ମରେ କେଉଁ ଯୁଗ ଆସିବ? ଏହା ବିଷୟରେ ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ସବୁକିଛି ଜଣାଇବୁ.. ହିନ୍ଦୁ ଧର୍ମରେ ୪ଟି ଯୁଗର ବର୍ଣ୍ଣନା କରାଯାଇଛି। ତେଣୁ ୫ମ ଯୁଗ ବିଷୟରେ କାହାକୁ କିଛି ଜଣାନାହିଁ। ତେବେ ସତ୍ୟ, ତ୍ରେତୟା , ଦ୍ୱାପର ତଥା କଳିଯୁଗ ମଧ୍ୟରୁ ଜାଣିଛନ୍ତି କି କେଉଁ ଯୁଗ ସବୁଠୁ ଖରାପ ବା ଅଭିଶପ୍ତ? ଆଉ ଏହି ଖରାପ ଯୁଗରେ କେଉଁ ଭଳି ସବୁ ଘଟଣା ଘଟେ? ଆଜି ଜାଣନ୍ତୁ …

କେବେ ସରିବ କଳିଯୁଗ? କିପରି ହେବ ଏହାର ଅନ୍ତ? କେବେ ଭଗବାନ ବିଷ୍ଣୁ ନେବେ ନିଜ କଳ୍କି ଅବତାର? କଳିଯୁଗ ଶେଷ ହେବାପରେ ୫ମରେ କେଉଁ ଯୁଗ ଆସିବ? ଏହା ବିଷୟରେ ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ସବୁକିଛି ଜଣାଇବୁ..

ହିନ୍ଦୁ ଧର୍ମରେ ୪ଟି ଯୁଗର ବର୍ଣ୍ଣନା କରାଯାଇଛି। ତେଣୁ ୫ମ ଯୁଗ ବିଷୟରେ କାହାକୁ କିଛି ଜଣାନାହିଁ। ତେବେ ସତ୍ୟ, ତ୍ରେତୟା , ଦ୍ୱାପର ତଥା କଳିଯୁଗ ମଧ୍ୟରୁ ଜାଣିଛନ୍ତି କି କେଉଁ ଯୁଗ ସବୁଠୁ ଖରାପ ବା ଅଭିଶପ୍ତ? ଆଉ ଏହି ଖରାପ ଯୁଗରେ କେଉଁ ଭଳି ସବୁ ଘଟଣା ଘଟେ? ଆଜି ଜାଣନ୍ତୁ …

ପୌରାଣିକ ଗ୍ରନ୍ଥରେ ୪ଟି ଯୁଗ ମଧ୍ୟରୁ ସବୁଠୁ ଖରାପ ବା ଶାର୍ପିତ ଯୁଗ କଳିଯୁଗକୁ ହିଁ ମନାଯାଏ। ଯାହା ବର୍ତ୍ତମାନ ଚାଲିଛି। ଆଉ ଆପଣ ନିଜେ ଦେଖୁଥିବେ ପ୍ରତିଦିନ ଏବେ କେଉଁଭଳି ଭୟଙ୍କର ଘଟଣା ସବୁ ସାମ୍ନାକୁ ଆସୁଛି। କଳିଯୁଗରେ କେଉଁ ଭଳି ଘଟଣା ଘଟିବ ସେସବୁ ସମ୍ପର୍କରେ ଆମ ଗ୍ରନ୍ଥରେ ମଧ୍ୟ ଲେଖାଯାଇଛି। ଏହାକୁ ଜାଣିବା ପରେ ଆପଣ ବି ଏହାକୁ ଶାର୍ପିତ ବୋଲି ମାନିବେ।

ଦର୍ଶକବନ୍ଧୁ ସନାତନ ଧର୍ମରେ ସତ୍ୟଯୁଗ ହେଉଛି ପ୍ରଥମ । ଏହାକୁ ସତ୍ୟର ଯୁଗ ବୋଲି କୁହାଯାଏ। ପୁରାଣରେ ଏହାର ଅବଧି ୧୭ ଲକ୍ଷ ୨୮ ହଜାର ବର୍ଷ କୁହାଯାଇଛି। ଏହି ଯୁଗରେ ୪ଟି ମନ୍ତ୍ର ଥିଲା। ଯେପରିକି ତପ, ସତ୍ୟ, ଶୁଦ୍ଧି ଓ ଦୟା। ଏହା ସତ୍ୟଯୁଗର ୪ଟି ଖୁମ୍ବବୋଲି ମଧ୍ୟ କୁହାଯାଇପାରେ। ଶୁଣିବାକୁ ମିଳେ ସତ୍ୟ ଯୁଗରେ ଲୋକଙ୍କ ଉଚ୍ଚତା ୩୨ ଫୁଟ ଥିଲା। ଏମାନଙ୍କ ଆୟୁ ମଧ୍ୟ ବହୁତ ବର୍ଷ ଥିଲା। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ସିନା ୮୦ ବର୍ଷ ଯାଏ ମଣିଶ ବଞ୍ଚିବା କଷ୍ଟ ହୋଇପଡ଼ୁଛି କିନ୍ତୁ ସତ୍ୟଯୁଗରେ ମଣିଷ ମାନେ ୧୦ ହଜାର ବର୍ଷରୁ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ।

ଏହି ସମୟରେ ପାପର ମାତ୍ରା ଶୂନ୍ୟ ଥିଲା। ମାନେ ପାପ କଣ ତାହା ସତ୍ୟଯୁଗ ଲୋକଙ୍କୁ ଜଣାନଥିଲା। ଆପଣ ରାଜା ହରିଶ୍ଚନ୍ଦ୍ରଙ୍କ କଥା ତ ଜାଣିଥିବେ। ଯିଏ ସବୁବେଳେ ସତ କହୁଥିଲେ। ଏଥିପାଇଁ ନିଜ ପରିବାରର ବଳିଦାନ ଦେଇଥିଲେ।

ସେହିପରି ଦ୍ୱିତୀୟ ଯୁଗ ତ୍ରେତୟା ଯୁଗ। ଏହାର ଅବଧି କାଳ ୧୨ ଲକ୍ଷ ୯୬ ହଜାର । ଏହାକୁ ରଜତ ଯୁଜ ବା କିଛି ଜଣ silver age ମଧ୍ୟ କୁହନ୍ତି। ଏଥିରେ ୩ ଟି ସ୍ତମ୍ଭ ଥିଲା। ସତ୍ୟ, ଶୁଦ୍ଧି ଓ ଦୟା। କୁହାଯାଏ ସତ୍ୟ ଯୁଗ ଶେଷରେ ତପର ସମାପ୍ତି ଘଟିଥିଲା। ଏହିସମୟରେ ମଣିଷଙ୍କ ଉଚ୍ଚତା ୨୧ ଫୁଟ ଥିଲା। ବୟସ କହିବାକୁ ଗଲେ ୧୦ ହାଜର ବର୍ଷ ଥିଲା। ସେହି ସମୟରେ ସମାଜ ୪ଟି ବର୍ଣ୍ଣରେ ଭାଗ ହୋଇଯାଇଥିଲା। ଏଥିରେ ବ୍ରାହ୍ମଣ, କ୍ଷ୍ୟତ୍ରିୟ, ବୈଷ୍ଣବ ଓ ଶୁଦ୍ର ଜାତି ଥିଲେ। ଏହିସମୟରେ ଲୋକମାନେ ନିଜ କାମ କରୁଥିଲେ କିନ୍ତୁ ଗର୍ବ ହିଂସା ଆଦି ବଢ଼ିଯାଇଥିଲା। ଏହିସମୟରେ ପାପ ବଢ଼ି ୨୫% ଓ ପୁଣ୍ୟ ୭୫% ହୋଇଯାଇଥିଲା।

ଏହି ଯୁଗରେ ଭଗବାନ ବିଷ୍ଣୁ ରାମ ଅବତାର ନେଇଥିଲେ ଆଉ ରାବଣ ଓ ବାଳୀ ଭଳି ରାକ୍ଷସର ସାମ୍ନା କରିଥିଲେ। ସେହିପରି ସନାତନ ଧର୍ମର ୩ ୟ ଯୁଗ ଦ୍ୱାପର ଯୁଗ । ଏହାର ଅବଧି କାଳ ୮ ଲକ୍ଷ ୬୪ ହଜାର ବର୍ଷ ଥିଲା। ତ୍ରେତୟା ଯୁଗରେ ଶୁଦ୍ଧିର ଅନ୍ତ ହେବା ପରେ କେବଳ ସତ୍ୟ ଓ ଦୟା ଭାବ ଥିଲା। ଏହିସମୟରେ ମଣିଷର ଉଚ୍ଚତା କମିଯାଇ ୧୧ ଫୁଟ ରହିଲା। ସେହିପରି ବୟସ କମିଯାଏ ୧ହଜାର ବର୍ଷ ଥିଲା। ଏହିସମୟରେ ଲୋକଙ୍କମଧ୍ୟ ରେ କାମ, କ୍ରୋଧ, ଲୋଭ ଭଳି ଭାବ ଜାତ ହେଲା। ଏମିତିରେ ପାପ ପୁଣ୍ୟ ଭାଗ ହୋଇ ୫୦% ହୋଇଯାଇଥିଲା।

ଦ୍ୱାପର ଯୁଗରେ ଇତିହାସର ସବୁଠୁ ବଡ଼ ଯୁଦ୍ଧ ମାନେ ମହାଭାରତ ଯୁଦ୍ଧ ହୋଇଥିଲା। ଏହିସମୟରେ ଧର୍ମର ନାଶ ହେବାର ଦେଖି ଭଗବାନ ଶ୍ରୀକୃଷ୍ଣ ଅବତାରରେ ଆସିଲେ। ଧର୍ମର ସ୍ଥାପନା ପାିଁ ମାହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ସହଯୋଗ କରିଥିଲେ।

ଶେଷରେ ଆସିଲା କଳିଯୁଗ । ପୁରାଣରେ କଳିଯୁଗର ଅବଧି ୪ଲକ୍ଷ ୩୨ ହଜାର ବର୍ଷ କୁହାଯାଇଛି। ଏବେ କଳିଯୁଗର ପ୍ରଥମ ଚରଣ ଚାଲୁଛି। ଗଣନା ଅନୁସାରେ ଏବେ କଳିଯୁଗ ମାତ୍ର ୫ହଜାର ବର୍ଷ ଅତିକ୍ରମ କରିଛି। ଏହି ଯୁଗର ଧର୍ମର ମାତ୍ର ଗୋଟିଏ ସ୍ତମ୍ଭ ଦୟା ବଞ୍ଚିରହିଛି। ଯାହାକି ଏହି ଯୁଗର ଶେଷରେ ସମାପ୍ତ ହୋଇଯିବ। ସେହିପରି ପାପ ର ମାତ୍ରା ୭୫% ଓ ପୁଣ୍ୟର ମାତ୍ରା ୨୫% ହୋଇଯିବ । ଏମିତିବି କୁହାଯାଉଛି କରାଯାଉଥିବା ପୁଣ୍ୟ ମଧ୍ୟ ଯୁଗରେ ଶେଷରେ ଶୂନ ହୋଇଯିବ।

ଏହି ଯୁଗରେ ମଣିଷଙ୍କ ଉଚ୍ଚତା ୫.୫ ଫୁଟ ରହିବ। ବୟସ ୮୦-୯୦ ବର୍ଷ ରହିବ। ଭାଗବତରେ କୁହାଯାଇଛି ଯେ କଳିଯୁଗର ସମୟ ପାଖକ ୁ ଆସିଲେ ମଣିଷର ଆୟୁ କମିଯିବ। ଏହା କମିଯାଇ ।ମାତ୍ର ୨୦-୩୦ ବର୍ଷ ରହିବ। ସେହି ସମୟରେ ଛୋଟ ପିଲା ଗମ୍ଭୀର ରୋଗର ଶିକାର ହେବେ। କମ ବୟସରେ ଆଖି ଖରାପ ହୋଇଯିବ। ସମସ୍ତେ ଚିନ୍ତାରେ ରହିବେ। ବିବାହର ଅର୍ଥ ବଦଳିଯିବ। ସମ୍ପର୍କର ମହତ୍ୱ ରହିବ ନାହିଁ। ମିଛ କହିବା ବଢ଼ିଯିବ। ଏବେ ଯେଉଁ ସବୁ ଘଟଣା ଘଟୁଛି ଆପଣ ଦେଖି ବୁଝିପାରୁଥିବେ କିଛି ଘଟଣା ଦେଖିବା ଆରମ୍ଭ ହେଲାଣି।

ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବେ। କଳିଯୁଗ ଶେଷରେ ପ୍ରାୟ ସମସ୍ତ ନଦୀ ଶୁଖିଯିବ। ପଦ୍ମା ଓ ସରସ୍ୱତୀ ନଦୀର ବିଲୁପ୍ତ ଏହି ଯୁଗରେ ହୋଇସାରିଛି। କେବଳ ଗଙ୍ଗା ବଡ଼ ନଦୀ ରହିଛି। ଏହା ବି ବିଲୁପ୍ତ ହୋଇଯିବ। ମରୁଡ଼ି ହେବ। ଅଧର୍ମ ବଢ଼ିବ। ଲୋକମାନେ ସ୍ୱାର୍ଥପର ହୋଇଯିବେ। ପ୍ରାୟ ସମସ୍ତେ ଧର୍ମ କୁ ନମାନି ଅଧର୍ମ ରାସ୍ତାକୁ ବାଛିବେ। ଏସବୁ କୁ ରୋକିବା ପାଇଁ ଭଗବାନ କଳ୍କି ଅବତାର ନେବେ। ସେ ୬୪ କଳାରେ ନିପୁଣ ଥିବେ। ସଂସାରକୁ ଆସି ପାପି ମାନଙ୍କ ବିନାଶ କରିବେ। ଧର୍ମପୁରଣାରେ ଯେପରି ତ୍ରେତୟା ଯୁଗରେ ଶୀ୍ରକୃଷ୍ଣ ବୈକୁଣ୍ଠ ଫେରିବା ପରେ ଦ୍ୱାପର ଯୁଗର ଆରମ୍ଭ ହୋଇଥିଲା। ସେହିପରି କଳ୍କୀ ଅବତାରରେ ଭଗବାନ ଆସି ବୈକୁଣ୍ଠ ଫେରିବା ପରେ ପ୍ରାକୃତିକ ବିପର୍ଯ୍ୟୟ ହେବ। ସମୁଦ୍ର ପାଣିରେ ସାରା ସଂସାର ବୁଡ଼ିଯିବ । ସେତେବେଳେ କଳିଯୁଗର ସମାପ୍ତି ଘଟିବ। ଏହାପରେ ଏକ ନୂଆ ଯୁଗ ଆରମ୍ଭ ହେବ। ଯାହାକି ସତ୍ୟଯୁଗ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.