ପ୍ରଥମ ଦିନିକିଆ : ଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନେଲା ଭାରତ, ଜାଣନ୍ତୁ କିଏ ଖେଳୁଛନ୍ତି ଓ ଦୁଇ ଦଳର ରେକର୍ଡ଼
ବୋଲର ମୁକେଶ କୁମାର ଭାରତ ପକ୍ଷରୁ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ । ସପ୍ତାହେ ପୂର୍ବରୁ ସେ ପୋର୍ଟଅଫ୍ ସ୍ପେନ୍ରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।
ବ୍ରିଜଟାଉନ୍ : ପ୍ରଥମ ଦିନିକିଆରେ ଟସ୍ ପଡ଼ି ସାରିଲାଣି । ଘରୋଇ ଦଳ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ଟିମ୍ ଇଣ୍ଡିଆ । ଘରୋଇ ଟିମ୍୍କୁ ମାତ୍ ଦେବା ପାଇଁ ଭାରତ ୪ ଜଣ ସିମ୍ ବୋଲର ସ ଦୁଇ ଜଣ ସ୍ପିନରଙ୍କୁ ଖେଳଉଛି । ବୋଲର ମୁକେଶ କୁମାର ଭାରତ ପକ୍ଷରୁ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ । ସପ୍ତାହେ ପୂର୍ବରୁ ସେ ପୋର୍ଟଅଫ୍ ସ୍ପେନ୍ରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।
ଏଠାକାର କିଙ୍ଗଷ୍ଟନ୍ ଓଭାଲରେ ମ୍ୟାଚ୍ ଖେଳା ଯାଉଛି । ଯେଉଁଠି ଉଭୟ ଦଳ ପରସ୍ପର ମଧ୍ୟରେ ମୋଟ୍ ୩ଟି ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ଦୁଟି ଘରୋଇ ଦଳ ଇଣ୍ଡିଜ୍ ଜିତିଥିବା ବେଳେ ଶେଷ ମ୍ୟାଚ୍ ଭାରତ ଜିତିଥିଲା । ୧୯୮୯ ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ମ୍ୟାଚ୍ରେ ଇଣ୍ଡିଜ୍ ୫୦ ରନ୍ରେ ଜିତିଥିଲା । ସେହିପରି ୧୯୯୭ ମେ ୩ ତାରିଖରେ ୧୦ ଓ୍ଵିକେଟ୍୍ର ଜୋରଦାର ବିଜୟ ହାସଲ କରିଥିଲା ।
ତେବେ ୨୦୦୨ ମେ ୨୯ ତାରିଖରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୭ ଓ୍ଵିକେଟ୍୍ରେ ମାତ୍ ଦେଇଥିଲା ଇଣ୍ଡିଜ୍କୁ । ଭାରତ ପକ୍ଷରୁ ଇଣ୍ଡିଜ୍ ବିପକ୍ଷରେ ଏକମାତ୍ର ବ୍ୟାଟର ଭାବେ ବିରାଟ କୋହଲି ୨ ହଜାରରୁ ଅଧିକ ରନ୍ ସ୍କୋର କରିଛନ୍ତି । ସେ ୪୧ଟି ମ୍ୟାଚ୍ ଖେଳି ୨୨୬୧ ରନ୍ କରିଛନ୍ତି । ଏହା ଭିତରେ ରହିଛି ୯ଟି ଶତକ ।
୨୦୦୭ରୁ ୨୦୨୨ ମଧ୍ୟରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ରେ ଭାରତ ନିଜ ଦେଶରେ ୭ଟି ଏବଂ ଇଣ୍ଡିଜ୍ ମାଟିରେ ୫ଟି ସିରିଜ୍ ବିଜୟୀ ହୋଇଛି । ଏଠାରେ ଏବେ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ରହିଛି । ତେବେ ବର୍ଷାର ସମ୍ଭାବନା ନାହିଁ । ଏଠାରକାର ୩ ନମ୍ବର ପିଚ୍ରେ ମ୍ୟାଚ୍ ଖେଳାଯିବ । ଦିନିକିଆ ର୍ୟାଙ୍କିଙ୍ଗରେ ବର୍ତ୍ତମାନ ଭାରତ ୩ ନମ୍ବରରେ ଥିବା ବେଳେ ଇଣ୍ଡିଜ୍ ୧୦ ନମ୍ବରରେ ରହିଛି । ତେଣୁ ବିଜୟ ସମ୍ଭାବନା ଭାରତ ପକ୍ଷକୁ ଅଧିକ ଯାଉଛି ।
ଟିମ୍ ଇଣ୍ଡିଆ : ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ଇସାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଉମରାନ ମଲ୍ଲିକ, ମୁକେଶ କୁମାର ।