ମିଳିବ ‘ମେଡ ଇନ ଇଣ୍ଡିଆ ଏୟରପଡ୍ସ’, ତାମିଲନାଡୁରେ ପ୍ରସ୍ତୁତ ହେବ ଆଇଫୋନ-୧୫ର ପ୍ରଡକ୍ଟ
ତାଇଓ୍ଵାନର ଟେକ୍ କମ୍ପାନୀ ଫକ୍ସକନ୍ ହାଇଦ୍ରାବାଦ ସ୍ଥିତ ଫ୍ୟାକ୍ଟ୍ରିରେ ଆପଲ୍ ଏୟାରପଡ୍ସର ପ୍ରଡକ୍ସନ କରିବ ।ମେଡ ଇନ୍ ଇଣ୍ଡିଆ ଆଇଫୋନ ପରେ ଏବେ ଆପଲ୍ କମ୍ପାନୀର ମେଡ୍ ଇନ ଇଣ୍ଡିଆ ଏୟରପଡ୍ସ ୟୁଜରଙ୍କୁ ମିଳିବ ।
ଆଇଫୋନ ୟୁଜରଙ୍କ ପାଇଁ ଖୁସି ଖବର । ମେଡ ଇନ୍ ଇଣ୍ଡିଆ ଆଇଫୋନ ପରେ ଏବେ ଆପଲ୍ କମ୍ପାନୀର ମେଡ୍ ଇନ ଇଣ୍ଡିଆ ଏୟରପଡ୍ସ ୟୁଜରଙ୍କୁ ମିଳିବ । ଆଗାମୀ ଦିନରେ ଏହାକୁ ଆପଣ ବ୍ୟବହାର କରିପାରିବେ । ହାଇଦ୍ରାବାଦଠାରେ ଥିବା ଫକ୍ସକନ କାରଖାନାରେ ଏହାର ଉତ୍ପାଦନ ହେବ । ତାଇଓ୍ଵାନର ଟେକ୍ କମ୍ପାନୀ ଫକ୍ସକନ୍ ହାଇଦ୍ରାବାଦ ସ୍ଥିତ ଫ୍ୟାକ୍ଟ୍ରିରେ ଏୟାରପଡ୍ସର ପ୍ରଡକ୍ସନ କରିବ ।
ତାଇଓ୍ବାନର କମ୍ପାନୀ ଆପଲ୍ ପାଇଁ ବିଭିନ୍ନ ସାମଗ୍ରୀ ନିର୍ମାଣ କରିଥାଏ । ଫକ୍ସକନ୍ ହାଇଦ୍ରାବାଦରେ ୪୦୦ ନିୟୁତ ଡଲାର ବିନିମୟରେ ଏକ କାରଖାନା ସ୍ଥାପନ କରୁଛି । ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ଏହା ଉତ୍ପାଦନ ଆରମ୍ଭ କରିବ । ଏଠାରେ ଆଇଫୋନ ସହ ଏୟାରପଡ୍ ବି ଉତ୍ପାଦନ ହେବ।
ଆଇଫୋନ ପରେ ଏୟାରପଡ୍ସ ଆପଲ୍ ଅନ୍ୟ ପ୍ରଡକ୍ଟ, ଯାହା ଭାରତରେ ତିଆରି ହେବ । ଆପଲ୍ର ଏୟାରପଡ୍ସ ଗ୍ଲୋବାଲ ଟ୍ରୁ େଓ୍ଵୟାରଲେସ ଷ୍ଟେରିଓ ମାର୍କେଟର ନେତୃତ୍ୱ କରିଥାଏ ।
ସୂଚନାଯୋଗ୍ୟ, ଆପଲ୍ କମ୍ପାନୀ ଚେନ୍ନାଇଠାରେ ବି ଏକ କାରଖାନା ସ୍ଥାପନ କରିଛି । ଏହି କାରଖାନାଟି ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମବୁଦୁରଠାରେ ଏହି କାରଖାନା ସ୍ଥାପନ କରାଯାଇଛି । ଏହି କାରଖାନାରେ ଆଇଫୋନ-୧୫ ନିର୍ମାଣ ହେବ ।