Below header

ପୁଅ ଉପରକୁ ଗରମ ଡାଲି ପିଙ୍ଗିଲା ସାବତ ମା’, ଅବସ୍ଥା ସଙ୍କଟାପନ୍ନ

ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା' । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଅଭାବନୀୟ ଘଟଣା ।

କେନ୍ଦୁଝର (କେନ୍ୟୁଜ): ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଅଭାବନୀୟ ଘଟଣା ।

ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି ଦିନ ହେବ ବାପା ଓ ସାବତ ମାଆ ଜଞ୍ଜାଳିଂକୁ ମାରଧର କରୁଥିଲା । ଆଜି ଝଗଡ଼ା ଉଗ୍ରରୂପ ନେଇଥିଲା । ଆଜି ଝଗଡା କରି ମାରଧର କରିବା ସମୟରେ ଅତିଷ୍ଠ ହୋଇ ଜଞ୍ଜାଳି ଗରମ ଡାଲିପାଣି ଦିପୁନ ଉପରକୁ ଫିଙ୍ଗି ଦେଇଥିଲେ । ପ୍ରଥମେ ଦୀପନକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଉଭୟ ମା ଓ ବାପାଙ୍କୁ ଥାନାକୁ ଡକାଇ ପଚାରା ଉଚାରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.