Below header

ଜାଣନ୍ତୁ କେତେ ମୂଲ୍ୟରେ ବିକ୍ରି ହେବ ମାରୁତିର ଫ୍ରଥମ ଇଲେକ୍ଟ୍ରିକ କାର, ଅପେକ୍ଷାରେ ରହିଛନ୍ତି ଗ୍ରାହକ

ମାରୁତି ସୁଜୁକି ୨୦୨୫ ସୁଦ୍ଧା ଭାରତୀୟ ବଜାରରେ ଏହାର ପ୍ରଥମ ଇଲେକ୍ଟ୍ରିକ କାର ଲଞ୍ଚ କରିବ ବୋଲି ଆଶା କରାଯାଉଛି । ଏହି ଇଭି ମିଡ ସାଇଜ ଏସୟୁଭି ସେଗମେଣ୍ଟକୁ ଟାର୍ଗେଟ କରିବ । ୨୦୩୧ ସୁଦ୍ଧା ୬ଟି ନୂଆ ଇଲେକ୍ଟ୍ରିକ କାର ଲଞ୍ଚ କରିବାକୁ କମ୍ପାନୀର ପ୍ଲାନ ରହିଛି ।

ଅନେକ କମ୍ପାନୀ ଭାରତୀୟ ମାର୍କଟେରେ ଇଲେକ୍ଟ୍ରିକ କାର ଏଣ୍ଟ୍ରି କରିଥିବାବେଳେ ସବୁଠାରୁ ଅଧିକ ବିକ୍ରି ହେଉଥିବା ମାନୁଫେକ୍ଚରର କମ୍ପାନୀ ମାରୁତି ସୁଜୁକି ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ଏକ ଫୁଲ ଇଭି କାର ଆଣିନାହିଁ । ମାରୁତି ସୁଜୁକି ଇଣ୍ଡିଆର ଚେୟାରମ୍ୟାନ ଆରସି ଭାର୍ଗଭଙ୍କ କହିବା ଅନୁଯାୟୀ, ନିକଟ ଭବିଷ୍ୟତରେ ଏକ ସୁଲଭ ଇଲେକ୍ଟ୍ରିକ୍ କାର୍ ଅପ୍ସନ ଆସିବାର ବ୍ରାଣ୍ଡର କୌଣସି ପ୍ଲାନ ନାହିଁ ।

BQ ସହିତ ଏକ ସାକ୍ଷାତକାର ସମୟରେ ଭାର୍ଗଭ ପ୍ରକାଶ କରିଛନ୍ତି ଯେ ଆରମ୍ଭ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର କୌଣସି ଇଭି ହେବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଶ୍ୱାସ କରୁଛନ୍ତି ୧୦ ଲକ୍ଷ ଟଙ୍କା କମ ଦାମର ଇଲେକ୍ଟ୍ରିକ୍ କାରଗୁଡିକର ବଜାର ଭଲ ଚାଲିବ ନାହିଁ । କାରଣ ଅଧିକାଂଶ ଗ୍ରାହକ ଏହି ମୂଲ୍ୟ ସୀମା ମଧ୍ୟରେ କାର କିଣିବା ସମୟରେ ଭଲ ଅପ୍ସନ ଖୋଜିବା କଥା ଚିନ୍ତା କରିବେ ।

ଭାର୍ଗଭ ଏହି ଗ୍ରାହକଙ୍କ ପାଇଁ ଚିନ୍ତା କରିଥିଲେ । ଲଗାତାର ଭାବେ ଏହି ଭେଇକିଲ ଗୁଡିକ ଚାର୍ଜ କରିବା ଏକ ଚ୍ୟାଲେଞ୍ଜିଂ ପ୍ରମାଣ ହୋଇପାରେ, ତେଣୁ ଅନ୍ୟ ଭେଇକିଲ ଗୁୁଡ଼ିକର ମୂଲ୍ୟ ଅଧିକ ଥିଲେ ମଧ୍ୟ ଗ୍ରାହକମାନେ ଅଧିକ ରେଞ୍ଜର ଭେଇକିଲ ଖୋଜିବେ । ଏଥିସହ ଭାର୍ଗଭ ହାଇଲାଇଟ୍ କରିଛନ୍ତି ଯେ କାର ଗ୍ରାହକ ମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶରେ ଇଭି ମାଲିକ ହେବା ପାଇଁ ଆବଶ୍ୟକ ସର୍ତ୍ତ ରହିପାରେ । ଏହି ସର୍ତ୍ତ ମଧ୍ୟରୁ ପାର୍କିଂ ସ୍ଥାନ ରହିଛି ଯେଉଁଠାରେ ଏକ ଚାର୍ଜିଂ ୟୁନିଟ୍ ଇନଷ୍ଟଲ ହୋଇପାରିବ ।

ମାରୁତି ସୁଜୁକି ୨୦୨୫ ସୁଦ୍ଧା ଭାରତୀୟ ବଜାରରେ ଏହାର ପ୍ରଥମ ଇଲେକ୍ଟ୍ରିକ କାର ଲଞ୍ଚ କରିବ ବୋଲି ଆଶା କରାଯାଉଛି । ଏହି ଇଭି ମିଡ ସାଇଜ ଏସୟୁଭି ସେଗମେଣ୍ଟକୁ ଟାର୍ଗେଟ କରିବ । ୨୦୩୧ ସୁଦ୍ଧା ୬ଟି ନୂଆ ଇଲେକ୍ଟ୍ରିକ କାର ଲଞ୍ଚ କରିବାକୁ କମ୍ପାନୀର ପ୍ଲାନ ରହିଛି । eVX କନସେପ୍ଟ ଉପରେ ଆଧାରିତ ଆଗାମୀ ମାରୁତି ସୁଜୁକି ଇଲେକ୍ଟ୍ରିକ୍ କାର୍ ସର୍ବସାଧାରଣ ରାସ୍ତାରେ ପରୀକ୍ଷା ହେଉଥିବା ଦେଖିବାକୁ ମିଳିଛି । ଏହି କାରଟି ଚଳିତ ବର୍ଷ ଆରମ୍ଭରେ ଦେଖିବାକୁ ମିଳିଥିଲା ।

ସୁଜୁକି ଇଲେକ୍ଟ୍ରିକ୍ ଏସୟୁଭିର ଟେଷ୍ଟ୍ ମ୍ୟୁଲ ୧୭ ଇଞ୍ଚର ସିଲଭର ଆଲୋଇ ହ୍ଵିଲ ସହିତ ଫିଟ ହୋଇଥିଲା । ପ୍ରଡକ୍ସନ ଭର୍ସନରେ ଅଧିକ ଷ୍ଟାଇଲିସ୍ ମେସିନ୍ ଆଲୋଇ ହ୍ଵିଲ୍ସ ଦ୍ୱାରା ଏଗୁଡିକ ରିପ୍ଲେସ କରାଯିବାର ସମ୍ଭାବନା ରହିଛି । ଏସୟୁଭି ବାଲେନୋରେ ରିଅରଭ୍ୟୁ ମିରର ଫିଚର ରହିଛି, ଯାହା ଗାଡିରେ ଦିଆଯାଉଥିବା ୩୬୦-ଡ଼ିଗ୍ରୀ କ୍ୟାମେରା ସିଷ୍ଟମକୁ ସପୋର୍ଟ କରିବା ପାଇଁ ଇଣ୍ଟିଗ୍ରେଟେଡ୍ କ୍ୟାମେରା ସାମିଲ କରୁଛି । ମାରୁତି ସୁଜୁକି ବ୍ରାଣ୍ଡ ସହ ଭାରତୀୟ ବଜାରରେ ଏହାର ଲଞ୍ଚ ପରେ, ଏହା ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍, ମହିନ୍ଦ୍ରା XUV400, MG ZS EV ଏବଂ ପ୍ରଡକ୍ସନ ସ୍ପେକ୍‌ ଟାଟା କର୍ଭ ଇଲେକ୍ଟ୍ରିକ୍ ଭଳି ଆଗାମୀ ଇଲେକ୍ଟ୍ରିକ SUV ସହିତ କଡ଼ା ଟକ୍କର ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.