ଗାଈ ପଲ ରାସ୍ତା ଉପରେ ଶୋଇଥିବାବେଳେ ଚଢିଗଲା ଟ୍ରକ, ୧୧ ଗାଈଙ୍କ ମୃତ: ଡ୍ରାଇଭର ଫେରାର
ରାତିରେ ଗାଈ ପଲ ରାସ୍ତା ଉପରେ ଶୋଇଥିବାବେଳେ ମାଡିଗଲା ଟ୍ରକ୍ । ୧୧ ଗାଈଙ୍କ ମୃତ୍ୟୁ , ୨ ଗୁରୁତର ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ନିକଟରେ ଦୁର୍ଘଟଣା ଘଟିଛି ।
କାମାକ୍ଷାନଗର (କେନ୍ୟୁଜ୍) : ଗାଈ ପଲକ ଉପରେ ଚଢିଗଲା ଟ୍ରକ୍ । ୧୧ ଗାଈଙ୍କ ମୃତ୍ୟୁ , ୨ ଗୁରୁତର ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ନିକଟରେ ଦୁର୍ଘଟଣା ଘଟିଛି ।
ଗତକାଲି ବିଳମ୍ବିତ ରାତିରେ ଗାଈ ପଲ ରାସ୍ତା ଉପରେ ଶୋଇଥିବାବେଳେ ଟ୍ରକ ମାଡିଯାଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସିଥିଲା । ଗାଈ ପଲଙ୍କୁ ଧକ୍କା ଦେବା ପରେ ଚା ଦୋକାନ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ଫେରାର ହୋଇଯାଇଛି ଟ୍ରକ ଡ୍ରାଇଭର । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।