Below header

ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟାର କାରଣ ଅସ୍ପଷ୍ଟ

ବୌଦ୍ଧ ହରଭଙ୍ଗା ବ୍ଲକ୍ ତାକୁଡ ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଛେଳି ଲେଣ୍ଡି ଗାଁର ରମେଶ ବାରିକ । ତେବେ କିଏ ଓ କାହିଁକି ରମେଶଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

ବୌଦ୍ଧ  (କେନ୍ୟୁଜ୍) : ଯୁବକଙ୍କୁ ମାରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ । ବୌଦ୍ଧ ହରଭଙ୍ଗା ବ୍ଲକ୍ ତାକୁଡ ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛେଳି ଲେଣ୍ଡି ଗାଁର ରମେଶ ବାରିକ । ତେବେ କିଏ ଓ କାହିଁକି ରମେଶଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ ଆଜି ସକାଳେ ଗାଁ ଦାଣ୍ଡରେ ମୃତଦେହ ପଡିଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ରମେଶ ଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି। ସେପଟେ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.