ଅମିତାଭ ବଚ୍ଚନଙ୍କୁ ଭେଟି ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବିଗ ବିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମମତା ବାନାର୍ଜୀ । ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବାକୁ ମୁମ୍ବାଇ ଯାଇଥିବା ବେଳେ ବଚ୍ଚନ ପରିବାର ସହିତ ସାକ୍ଷାତ କରିଥିଲେ ମମତା ବାନାର୍ଜୀ ।

ବିଗ ବି ଅମିତାଭ ବଚ୍ଚନଙ୍କୁ ଭେଟି ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ଯୋଗ ଦେବାକୁ ମୁମ୍ବାଇ ଯାଇଥିବା ଦିଦି ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ବୋଲି ସମ୍ବୋଧନ କରିଛନ୍ତି। ଅମିତାଭ ମୋ ପାଇଁ ଭାରତ ରତ୍ନ ବୋଲି ଦିଦି କହିଛନ୍ତି।

ମୁମ୍ବାଇରେ ପହଞ୍ଚି ଅମିତାଭଙ୍କ ବାସଭବନକୁ ଯାଇ ପୂରା ବଚ୍ଚନ ପରିବାରକୁ ଭେଟିଥିଲେ ମମତା ବାନାର୍ଜୀ। ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଉପସ୍ଥିତ ଥିଲେ। ଅମିତାଙ୍କ ଝିଅ ସ୍ବେତା ବଚ୍ଚନ ଓ ନାତୁଣୁ ନବ୍ୟା ନବେଲୀ ନନ୍ଦଙ୍କୁ ମଧ୍ୟ ଭେଟିଛନ୍ତି ଦିଦି। ଅମିତାଭଙ୍କ ପରିବାର ଭାରତର ୧ ନମ୍ବର ପରିବାର। ଭାରତର ଚଳଚିତ୍ର ଶିଳ୍ପକୁ ତାଙ୍କର ବହୁତ ବଡ଼ ଅବଦାନ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏଥିସହ ଅମିତାଭ ବଚ୍ଚନଙ୍କୁ କୋଲକାତା ଦୁର୍ଗାପୂଜା ଏବଂ କୋଲକାତା ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.