Below header

ଆଜିଠୁ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଆରମ୍ଭ, ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ

ବିଶ୍ୱକପ ପାଇଁ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେଉଛି । ଭାରତ ଖେଳିବାକୁ ଥିବା ବିଭିନ୍ନ ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ଆଗାମୀ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବ ।

ବିଶ୍ୱକପ ପାଇଁ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେଉଛି । ଭାରତ ଖେଳିବାକୁ ଥିବା ବିଭିନ୍ନ ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ପ୍ରଥମେ ବିଶ୍ୱକପର ୩ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯିବ । ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ ।

ଏହାପରେ ସେପ୍ଟେମ୍ବର ୧ ତାରିଖରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ହେବା ଥିବା ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ସେହିପରି ସେପ୍ଟେମ୍ବର ୨ ତାରିଖରେ ୨ଟି ମ୍ୟାଚ ପାଇଁ ବିକ୍ରି ହେବ ଟିକେଟ । ଏହିଦିନ ବେଙ୍ଗଲୁରୁ ଏବଂ କୋଲକାତା ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ । ଶେଷରେ ବହୁ ପ୍ରତିକ୍ଷିତ ତଥା ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ସେପ୍ଟେମ୍ବର ୩ ତାରିଖରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ଆଗାମୀ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବ । ଭାରତରେ କ୍ରିକେଟ୍‌ କ୍ରେଜ୍‌ ବହୁତ ଅଧିକ । ଟିକେଟ୍‌ ମୂଲ୍ୟ ୫୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏ ରହିଛି ।

ଆଇସିସି ଅନ୍‌ଲାଇନ୍‌ରେ cricketworldcup.com ରେ ଟିକେଟ୍‌ ବିକ୍ରି କରିପାରେ । ଅକଟୋବର ୧୫ ତାରିଖରେ ଅହମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ସବୁଠୁ ଅଧିକ ଟିକେଟ୍‌ ଡିମାଣ୍ଡ ରହିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.