କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ଵା

ବାଲେଶ୍ବର(କେନ୍ୟୁଜ୍) : ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ଵା। ସୋର ସାଳନ୍ଦୀ ଆମ୍ବହୋତା ବାମପାର୍ଶ୍ୱ କେନାଲ ନିକଟରେ ଏହି ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି। ଶ୍ରମିକମାନେ କାମ କରୁଥିବା ସମୟରେ ସେମାନଙ୍କ ଉପରେ ହାଇଓ୍ଵା ଚଢିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଖଇରା ମେଡିକାଲରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଆଗରପଡ଼ା ଶ୍ରୀରାମପୁର ଅଞ୍ଚଳର। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖଇରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.