ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶ ବିଦେଶରୁ ଅନେକ ମୂଲ୍ୟବାନ ଉପହାର ମିଳିଥାଏ । କଣ ଆପଣ ଏହି ଉପହାର କିଣିବାକୁ ଚାହୁଁଛନ୍ତି ? ମାତ୍ର ୧୦୦ ଟଙ୍କା ଦେଇ ଆପଣ ଏହି ଉପହାର ସବୁ ନିଜର କରିପାରିବେ । ୨୯ ଜାନୁଆରୀ ରୁ ୩୧ ଜାନୁଆରୀ ଯାଏଁ ଇ – ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଏକ ଖାସ୍ ୱେବସାଇଟ୍ ଆରମ୍ଭ କରିଛି ରାଷ୍ଟ୍ରୀୟ ଆଧୂନିକ କଳା ସଂଗ୍ରହାଳୟ । ନିଲାମୀ ସମ୍ବନ୍ଧିତ ସମସ୍ତ ସୂଚନା ଆପଣ http://pmmementos.gov.in”pmmementos.gov.in. ରେ ପାଇପାରିବେ ।
ତେବେ ଯେଉଁସବୁ ସ୍ମୃତି ଚିହ୍ନକୁ ନିଲାମୀ ପାଇଁ ରଖାଯାଇଛି ତାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି । ଜିନିଷୟ ମୂଲ୍ୟ ଆଧାରରେ ଆପଣ ଏସବୁକୁ ୱେବସାଇଟରେ ଖୋଜିପାରିବେ । ନିଲାମୀ ପରେ ଆପଣ ଦେଇଥିବା ଧନରାଶୀକୁ ନମାମୀ ଗଙ୍ଗେ ପରିଯୋଜନାରେ ବ୍ୟବହାର କରାଯିବ ।