ପୁଣି ଜୀବନ ନେଲା ହୃଦ୍ଘାତ, ଗର୍ବା ଅଭ୍ୟାସ କରୁଥିବା ବେଳେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ଆଜିକାଲି ସ୍ୱଳ୍ପ ବୟସର ଅନେକ ଲୋକଙ୍କ ଜୀବନ ହୃଦ୍ଘାତରେ ଚାଲିଯାଉଛି। କେତେବେଳେ ଜିମ୍ରେ ଓ୍ଵାର୍କଆଉଟ୍ କରୁଥିବାବେଳେ ତ କେତେବେଳେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍ ଆସୁଛି ହୃଦ୍ଘାତ। ଆଉ ସେହିଠାରେ ହିଁ ଟଳିପଡ଼ି ପ୍ରାଣବାୟୁ ଉଡ଼ିଯାଉଛି। ଏବେ ଗୁଜରାଟର ଜାମନଗରରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି।

ଏଠାରେ ଗର୍ବା ଖେଳିବା ସମୟରେ ୧୯ ବର୍ଷୀୟ ଜଣେ ଇଞ୍ଜିନିୟରିଂ ପ୍ରଥମ ବର୍ଷ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାମ ଭିନିତ୍ କୁଁଆରିୟା ବୋଲି ଜଣାପଡିଛି। ଭିନିତ୍ ଗର୍ବା ଖେଳିବାକୁ ଭଲ ପାଉଥିଲେ। ପଟେଲ ପାର୍କ ଅଞ୍ଚଳରେ ଏକ କ୍ଲାସ୍ରେ ସେ ନବରାତ୍ରି କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ କରୁଥିବା ବେଳେ ହଠାତ୍ ବେହୋସ୍ ହୋଇପଡ଼ିଥିଲେ।
ଜାମନଗର ପୋଲିସ କହିଛି ଯେ ଗର୍ବାର ପ୍ରଥମ ରାଉଣ୍ଡ୍ ପୂରା କରିବା ପରେ ଭିନିତ୍ ତଳେ ପଡ଼ିଯାଇଥିଲେ। ପ୍ରଥମେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଗର୍ବା ପ୍ରଶିକ୍ଷକ ଧର୍ମେଶ ରାଠୋର୍ କହିଛନ୍ତି ଯେ ଗତ ଦୁଇମାସ ଧରି ଭିନିତ୍ ଏଠାରେ ଗର୍ବା ଶିଖିବାକୁ ଆସୁଥିଲେ ଏବଂ ଭଲ କାମ ମଧ୍ୟ କରୁଥିଲେ। ସୋମବାର ସେ ଗର୍ବା କରୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ଆମେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ନେଇଯାଇଥିଲୁ। ହେଲେ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା।
ସୂଚନାଥାଉ କି, ଗତ ସପ୍ତାହରେ ଜୁନାଗଡ ସହରରେ ମଧ୍ୟ ଗରବା ଷ୍ଟେପ୍ ଅଭ୍ୟାସ କରୁଥିବା ବେଳେ ୨୪ ବର୍ଷୀୟ ଯୁବକଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା।