ଏଠାରେ ଜୀବନ୍ତ ଭାବେ ପୂଜା ପାଉଛନ୍ତି ମାଆ ମହିଷାମର୍ଦ୍ଦିନୀ, ଥରେ ବୁଲି ଆସନ୍ତୁ

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗୀ ଭାଇଭଉଣୀ ମାନଙ୍କ ପକ୍ଷରୁ ନିଆରା ଢଙ୍ଗରେ ପାଳନ ହେଉଛି ଦୁର୍ଗା ପୂଜା । ଅତି ଆଶ୍ଚର୍ଯ୍ୟଜନକ ଭାବରେ ଘଣ୍ଟା ଘଣ୍ଟା ଧରି ଏହି ବିଶ୍ୱବିଦ୍ୟାଳୟର ଭାଇଭଉଣୀ ଏମାନେ  ସ୍ଥିର ନିଶ୍ଚଳ ହୋଇ ବସି ରହିଛନ୍ତି ପେଣ୍ଡାଲରେ ତାପୁଣି ବିଭିନ୍ନ ଦେବାଦେବୀଙ୍କ ରୂପରେ।

ସାଲେପୁର(କେନ୍ୟୁଜ୍): ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ପ୍ରତ୍ୟେକ ପୂଜା ମଣ୍ଡପ ଚଳଚଞ୍ଚଳ। ଧରାବତରଣ କରିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ଜନଗହଳୀ । ମା’ଙ୍କ ଦର୍ଶନ ପାଇଁ ଜମୁଛି ସବୁଠି ଭିଡ ।  କେଡେ ନିଖୁଣ ଭାବରେ ଗଢା ହୋଇଛନ୍ତି ମାଆ ମହିଷାମର୍ଦ୍ଦିନୀ, ସିଂହ ବାହିନୀ ।

ହେଲେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗୀ ଭାଇଭଉଣୀ ମାନଙ୍କ ପକ୍ଷରୁ ନିଆରା ଢଙ୍ଗରେ ପାଳନ ହେଉଛି ଦୁର୍ଗା ପୂଜା । ଅତି ଆଶ୍ଚର୍ଯ୍ୟଜନକ ଭାବରେ ଘଣ୍ଟା ଘଣ୍ଟା ଧରି ଏହି ବିଶ୍ୱବିଦ୍ୟାଳୟର ଭାଇଭଉଣୀ ଏମାନେ  ସ୍ଥିର ନିଶ୍ଚଳ ହୋଇ ବସି ରହିଛନ୍ତି ପେଣ୍ଡାଲରେ ତାପୁଣି ବିଭିନ୍ନ ଦେବାଦେବୀଙ୍କ ରୂପରେ।

ଆଉ ଯେ କେହିବି ଦେଖିବ ଭ୍ରମରେ ପଡିଯିବ ଯେ ପ୍ରକୃତରେ ଏମାନେ ସବୁ ଜୀବନ୍ତ ନା ମୃଣ୍ମୟ ମୂର୍ତି । ଏଭଳି ଜୀବନ୍ତ ସ୍ଥିର ଅଭିନୀତ ମାଆ ଦୁର୍ଗାଙ୍କ ମଣ୍ଡପ ଦେଖିବାକୁ ମିଳିଛି କଟକ ସାଲେପୁର ବସଷ୍ଟାଣ୍ଟ ନିକଟରେ। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସାଲେପୁର ଶାଖାର ଭାଇ ଭଉଣୀ ମାନେ ଏଭଳି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ଏଭଳି ସ୍ଥିରତା କେବଳ ରାଜଯୋଗ ପାଇଁ ସମ୍ଭବ ହୋଇଛି ବୋଲି ମଣ୍ଡପରେ ଅଭିନୟ କରୁଥିବା ରାଜଯୋଗୀମାନେ କହିଛନ୍ତି । ଅନ୍ୟପଟେ ଏଭଳି ଦେଖି ବେଶ ଖୁସି ଓ ଆଶ୍ଚର୍ଯ୍ୟଚକିତ ହୋଇଥିବା କହିଛନ୍ତି ଦର୍ଶକ।

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଧରାପୃଷ୍ଠ । ବିଭିନ୍ନ ପୂଜା କମିଟି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଛି ବଡ ବଡ ତୋରଣ । ଖାଲି ସେତିକି ନୁହେଁ ମାଆ ଦୁର୍ଗାଙ୍କୁ ସଜାଯାଇଛି ବିଭିନ୍ନ ସୁନା ଓ ଚାନ୍ଦି ଅଳଙ୍କାରରେ । ଏହି ଅବସରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗୀ ଭାଇଭଉଣୀ ମାନଙ୍କ ଏଭଳି ଏକ ପ୍ରୟାସକୁ ସଭିଏଁ ପ୍ରଶଂସା କରିଛନ୍ତି ।

 

Leave A Reply

Your email address will not be published.