ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହାର୍ଟଆଟାକ, ବେଡରୁମରେ ତଳେ ପଡିଥିବା ସୂଚନା

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ ହୋଇଛି। ରାଷ୍ଟ୍ରପତିଙ୍କ ବାସଭବନରେ ଡ୍ୟୁଟିରେ ଥିବା ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସ ଅଧିକାରୀମାନେ ରାଷ୍ଟ୍ରପତିଙ୍କ ଶୋଇବା ଘରୁ କେହି ଜଣେ ପଡିଯିବାର ଶବ୍ଦ ଶୁଣିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ । ନିକଟରେ ନିଜ ବେଡ଼ରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଥିବା ସୂଚନା ରହିଛି । ସେ ରୁମରେ ତଳି ପଡିଥିବାର ସୁରକ୍ଷା କର୍ମୀ ଦେଖିଥିଲେ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇ ନାହିଁ କିନ୍ତୁ ୭୧ ବର୍ଷୀୟ ରାଷ୍ଟ୍ର ନେତା ପୁଟିନ ଦୀର୍ଘଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଗତକାଲି ମସ୍କୋ ସମୟ ପ୍ରାୟ ୨୧:୦୫ ରେ ପୁଟିନଙ୍କ ହୃଦଘାତ ହୋଇଥିଲା । ଫଳରେ ସେ ଚଟାଣରେ ପଡିଯାଇଥିଲେ । ରାଷ୍ଟ୍ରପତିଙ୍କ ବାସଭବନରେ ଡ୍ୟୁଟିରେ ଥିବା ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସ ଅଧିକାରୀମାନେ ରାଷ୍ଟ୍ରପତିଙ୍କ ଶୋଇବା ଘରୁ କେହି ଜଣେ ପଡିଯିବାର ଶବ୍ଦ ଶୁଣିଥିଲେ। ଏହା ପରେ ସେ ରାଷ୍ଟ୍ରପତିଙ୍କୁ ଚଟାଣରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.