ଆଫଗାନିସ୍ତାନ ଠାରୁ ପାକିସ୍ତାନ ହାରିବା ପରେ ରାଶିଦ ଖାନଙ୍କ ସହିତ ଖୁସିରେ ନାଚିଲେ ଇରଫାନ ପଠାନ, ଭିଡିଓ ଭାଇରଲ

ଇରଫାନ ପ୍ରଥମେ କମେଣ୍ଟ୍ରି ବକ୍ସରେ ବସି ମ୍ୟାଚର ମଜା ନେଇଥିବା ବେଳେ ଆଫଗାନିସ୍ତାନ ବିଜୟ ପରେ ମଇଦାନରେ ଭାଙ୍ଗଡା ଡ୍ୟାନ୍ସ କରିଥିଲେ । ଆଫଗାନୀ ସ୍ପିନର ରାଶିଦ ଖାନଙ୍କ ସହିତ ଧମାକେଦାର ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ବିଶ୍ବକପରେ ପାକିସ୍ତାନର ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ୮ ୱିକେଟରେ ହରାଇଛି ଆଫଗାନିସ୍ତାନ । ପ୍ରଥମ ଥର ଦିନିକିଆ ମ୍ୟାଚରେ ପାକିସ୍ତାନକୁ ହରାଇଛି ଆଫଗାନିସ୍ତାନ । ମ୍ୟାଚ୍ ଜିତିବା ପରେ ଡ୍ରେସିଂ ରୁମରେ ଆଫଗାନିସ୍ତାନ ଖେଳାଳି ନାଚୁଥିବାର ଭିଡିଓ ଭାଇରାଲ୍ ହୋଇଛି । ପ୍ରଥମେ ଇଂଲଣ୍ଡ ପରେ ପାକିସ୍ତାନକୁ ହରାଇ ମନୋବଳକୁ ଦୃଢ କରିଛି ଆଫଗାନିସ୍ତାନ । ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ବହୁତ ଖୁସିଥିବା ନଜର ଆସିଛନ୍ତି । ମ୍ୟାଚ ପରେ ଇରଫାନ ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନଙ୍କ ସହିତ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଇରଫାନ ପ୍ରଥମେ କମେଣ୍ଟ୍ରି ବକ୍ସରେ ବସି ମ୍ୟାଚର ମଜା ନେଇଥିବା ବେଳେ ଆଫଗାନିସ୍ତାନ ବିଜୟ ପରେ ମଇଦାନରେ ଭାଙ୍ଗଡା ଡ୍ୟାନ୍ସ କରିଥିଲେ । ଆଫଗାନୀ ସ୍ପିନର ରାଶିଦ ଖାନଙ୍କ ସହିତ ଧମାକେଦାର ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ । ଏହାପୂର୍ବରୁ କୌଣସି ବି ଦିନିକିଆ ମ୍ୟାଚ୍ରେ ଆଫଗାନିସ୍ତାନ କେବେ ହେଲେ ବି ପାକିସ୍ତାନକୁ ହରାଇ ନଥିଲା। ଉଭୟ ଦଳ ୭ଥର ଦିନିକିଆରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ପାକିସ୍ତାନ ବାଜି ମାରିଥିଲା ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୨ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ୬ ବଲ ପୂର୍ବରୁ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି । ଦଳ ପକ୍ଷରୁ ଇବ୍ରାହିମ ଜଡ୍ରାନ ୮୭, ରହମନୁଲ୍ଲା ଗୁରବାଚ ୬୫, ରମମତ ଶାହ ଅପରାଜିତ ୭୭ ଓ ଅଧିନାୟକ ହଶମତୁଲ୍ଲା ଶାହିଦି ୪୮ ରନର ଇନିଂସ ଖେଳିଛନ୍ତି । ଦମଦାର ୮୭ ରନର ଇନିଂସ ଖେଳିଥିବା ଜଡ୍ରାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୭୪, ଅବଦୁଲ୍ଲା ଶଫିକଙ୍କ ୫୬, ଇଫତକାର ଅହମଦଙ୍କ ୪୦ ଓ ଶଦାବ ଖାନଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୨୮୨ ରନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.