Below header

ବିସିସିଆଇର ଘରୋଇ ସିଜିନ ପାଇଁ ଓସିଏର ମହିଳା ଦଳ ଘୋଷଣା, ଶୁଭଶ୍ରୀ ପାରାମାଣିକଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର

ଓସିଏ ମହିଳା ଟିମ ଚୟନ ମୁଖ୍ୟ ରଶ୍ମିତା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ରେ ଦୁଇଟି ଟିମ ଘୋଷଣା କରିଛନ୍ତି। ୧୫ ବର୍ଷ ରୁ କମ ଟିମ ପାଇଁ ମୋଟ ୧୫ ଜଣିଆ ଟିମ ଆଜି ଘୋଷଣା ହୋଇଛି

କଟକ(କେନ୍ୟୁଜ୍): ବିସିସିଆଇର ଘରୋଇ ସିଜିନ ପାଇଁ ଓଡିଶା ମହିଳା ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ । ଉଭୟ ୧୫ ବର୍ଷରୁ କମ ଓ ୧୯ ବର୍ଷ ରୁ କମ ମହିଳା ଟିମ ଆଜି ଘୋଷଣା ହୋଇଛି। ଓସିଏ ମହିଳା ଟିମ ଚୟନ ମୁଖ୍ୟ ରଶ୍ମିତା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ରେ ଦୁଇଟି ଟିମ ଘୋଷଣା କରିଛନ୍ତି। ୧୫ ବର୍ଷ ରୁ କମ ଟିମ ପାଇଁ ମୋଟ ୧୫ ଜଣିଆ ଟିମ ଆଜି ଘୋଷଣା ହୋଇଛି । ଶୁଭଶ୍ରୀ ପାରାମାଣିକଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର । ଯଦି ଟିମ ଉପରେ ନଜର ପକାଇବା ତେବେ ସୁଭଲକ୍ଷ୍ମୀ ସିଂ , ଦୀପ ଶିଖା ନାୟକ ,ଇପସୀତା ପରିଡା , ଅନ୍ୱେସା ଜେନା, ଅନନ୍ୟା ରାଉତ , ଅନନ୍ୟା ଦାସ , ମେଘା ପ୍ରଧାନ, ଗାୟତ୍ରି ଖୁଣ୍ଟିଆ ଙ୍କ ଭଳି ଖେଳାଳି ରହିଛନ୍ତି। ତେବେ ଏହି ଟିମ ନଭେମ୍ବର ୧୭ ତାରିଖରେ ତାର ପ୍ରଥମ ମ୍ୟାଚ ଚଣ୍ଡୀଗଡ଼ ବିପକ୍ଷ ରେ ଖେଳିବ ।ଏହାପରେ ଅରୁଣାଚଳ ପ୍ରଦେଶ , ରାଜସ୍ଥାନ , ବିଦର୍ଭ ଓ ଆନ୍ଧ୍ରପ୍ରଦେଶ କୁ ଭେଟିବ ଏହି ୧୫ ବର୍ଷରୁ କମ ମହିଳା ଟିମ ।

ସେହିପରି ୧୯ ବର୍ଷ ରୁ କମ ଟିମ ରେ ଜ୍ୟୋତି ପ୍ରସାଦ ଙ୍କ ଅଧିନାୟକ ଭାର ପ୍ରଦାନ କରିଛି ଚୟନ କମିଟି । ଟିମରେ ସାଇ କୃପା , ବିଜୟ ଲକ୍ଷ୍ମୀ ବେହେରା , ଅଙ୍କିତା ଗିରି,ପ୍ରାର୍ଥନା ପ୍ରତିଶୃତି ପୂଜା ଯାଦବ ଅଙ୍କିତା ସୁନା , ସ୍ମୃତିରେଖା ମହନ୍ତ ସ୍ଥାନ ପାଇଛନ୍ତି। ତେବେ ଏହି ଟିମ ଆସନ୍ତା ମାସ ୧୯ ତାରିଖରେ ହାଇଦ୍ରାବାଦ ରେ ଆସାମ ବିପକ୍ଷରେ ତାର ପ୍ରଥମେ ମ୍ୟାଚ ଖେଳିବ। ତେବେ ଏହି ଦୁଇଟି ମହିଳା ଟିମ ବିସିସିଆଇ ର ଘରୋଇ ସିଜିନ ରେ ବେଶ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ। ତେବେ ଏହି ୧୯ ବର୍ଷରୁ କମ ସିଜିନ ଟି20 ଫର୍ମାଟ ରେ ଖେଳାଯିବାକୁ ଥିବା ବେଳେ ୧୫ ବର୍ଷ ରୁ କମ ପ୍ରତିଯୋଗୀତା ଏକଦିବସିୟ ଫର୍ମାଟ ରେ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.