ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ, ଏବେ ବନ୍ଧା ହେଲା ଅଭିଯୋଗକାରୀ
ନିଜ ଟଙ୍କା ନିଜେ ଲୁଟିଲା। ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ କଲା । ଏବେ ବନ୍ଧା ହେଲା ଅଭିଯୋଗକାରୀ।
ନିଜ ଟଙ୍କା ନିଜେ ଲୁଟିଲା। ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ କଲା । ଏବେ ବନ୍ଧା ହେଲା ଅଭିଯୋଗକାରୀ। ଏଭଳି ଏକ ସଙ୍ଗୀନ ଘଟଣାରେ ତମାଣ୍ଡୋ ପୋଲିସ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି । ସୂଚନା ମୁତାବକ ITC କମ୍ପାନୀରେ କାମ କରୁଥିବା ଜଣେ ଏଜେଣ୍ଟ ଗତ ଶନିବାର ୩ ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରି ରଖିଥିଲେ ।
ସେଦିନ ବ୍ୟାଙ୍କରେ ଡିପୋଜିଟ କରିନଥିଲେ । ପରେ ତିନ ପତି ନାମକ ଏକ ଜୁଆ ଗେମ ଖେଳି ୨ ଲକ୍ଷ ୨୦ ହଜାର ହାରି ଥିଲେ । ପରେ ପାଖରେ ଆଉ ମାତ୍ର ୧ ଲକ୍ଷ ୧୦ ହଜାର ଟଙ୍କା ରହିଥିଲା । ତେଣୁ ବର୍ତ୍ତିବାକୁ ନିଜର ୩ ସାଙ୍ଗଙ୍କୁ ଧରି ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ । ଡି ଏନ ରେଗାଲିଆ ମଲ ନିକଟରେ ଟଙ୍କା ଲୁଟ ନେଇ ମିଛ ପ୍ଲାନ କରିବା ପରେ ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ । ପରେ କିନ୍ତୁ ପୋଲିସ ସବୁକଥା ଜାଣିବା ପରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।