କଂଗ୍ରେସ ଛାଡ଼ି ବିଜେଡିର ହାତ ଧରିଲେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ

ରାଉରକେଲା(କେନ୍ୟୁଜ୍) : ଆଜି ରାଉରକେଲାରେ ସମାବେଶ କରିବେ ରାହୁଲ। ଆଉ ଆଜି କଂଗ୍ରେସ ଛାଡ଼ିଥିବା ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଦଳୀୟ କାର‌୍ୟ୍ୟାଳୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ତାଙ୍କ ସହ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି। ପୂର୍ବଥର ରାହୁଲଙ୍କ ଗସ୍ତର ଠିକ ଗୋଟିଏ ଦିନ ପୂର୍ବରୁ ପୂର୍ବତନ କଂଗ୍ରେସ ନେତା ଓ ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.