ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରୁ ଗିରଫ

ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍। ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ମାଷ୍ଟରମାଇଣ୍ଡ ଏସକେ ଜମିରୁଦ୍ଧିନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଗିରଫ ପରେ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ STF।

ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍। ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ମାଷ୍ଟରମାଇଣ୍ଡ ଏସକେ ଜମିରୁଦ୍ଧିନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଗିରଫ ପରେ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ STF। ଓଡ଼ିଶାରେ ପହଞ୍ଚିବା ପରେ ତାକୁ ଭୁବନେଶ୍ବର SDJM କୋର୍ଟରେ ହାଜର କରାଯିବ।

ଏହି ରାକେଟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ବିହାରରେ ସକ୍ରିୟ ଥିଲା। ଲୋକଙ୍କ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକୁଥିଲେ। ଲୋକଙ୍କ ଆକାଉଣ୍ଟରେ ଅପରାଧିକ ଟଙ୍କା କାରବାର କରୁଥିଲା ଗ୍ୟାଙ୍ଗ। ୧୦ରୁ ୧୫ ଜଣ ଲୋକଙ୍କୁ ମାସିକ ୧୫ ହଜାର ଟଙ୍କା ଦେଇ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲା। ପୂର୍ବରୁ ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.