Below header

ବିଷ୍ଣୁଙ୍କୁ ସାହା ହେଲା କିସ୍‍ ଫାଉଣ୍ଡେସନ୍‍, ଚିକିତ୍ସା ପାଇଁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ସାଂସଦ ଅଚ୍ୟୁତ ସାମନ୍ତ

ପୁଣି ସାହା ହେଲା କିସ୍‍ ଫାଉଣ୍ଡେସନ୍‍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାହାଣ ଗୋଡ଼ ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଷ୍ଣୁ ପ୍ରସାଦ ସିଂହ । ବିଷ୍ଣୁ ନିଜ ଅସୁବିଧା କଥା ଅଚ୍ୟୁତ ସାମନ୍ତଙ୍କୁ ଜଣାଇଥିଲେ। ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ ବିଷ୍ଣୁଙ୍କ ପରବର୍ତ୍ତୀ ଚକିତ୍ସା ପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଆଜି ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଭୁବନେଶ୍ଵର (କେନ୍ୟୁଜ): ପୁଣି ସାହା ହେଲା କିସ୍‍ ଫାଉଣ୍ଡେସନ୍‍। ଅଚ୍ୟୁତ ସାମନ୍ତଙ୍କ ମହାନତା ଯୋଗୁ ନୂଆ ଜୀବନ ପାଇଲେ ବିଷ୍ଣୁ ପ୍ରସାଦ ସିଂହ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାହାଣ ଗୋଡ଼ ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଷ୍ଣୁ ପ୍ରସାଦ ସିଂହ । ଏପରିକି ଚିକିତ୍ସା ପରେ ମଧ୍ୟ ତାଙ୍କର ବାମ ଗୋଡ଼ଟି ଠିକ୍‍ ଭାବେ କାମ କରୁନାହିଁ । ବିଷ୍ଣୁ ନିଜ ଅସୁବିଧା କଥା ଅଚ୍ୟୁତ ସାମନ୍ତଙ୍କୁ ଜଣାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କନ୍ଧମାଳ ସାଂସଦ ତଥା କୀଟ ଓ କିସ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଚ୍ୟୁତସାମନ୍ତ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ଜଣେ ଉଦୀୟମାନ ଯୁବକ ଏତେ ଅଳ୍ପ ବୟସରେ ଏଭଳି ମର୍ମନ୍ତୁଦରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୋଟିଏ ଗୋଡ଼ ହରାଇବା ଘଟଣା ଶ୍ରୀ ସାମନ୍ତଙ୍କୁ ବିଚଳିତ କରିପକାଇଥିଲା । ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ ବିଷ୍ଣୁଙ୍କ ପରବର୍ତ୍ତୀ ଚକିତ୍ସା ପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଆଜି ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏଭଳି ଅସମୟରେ ତାଙ୍କ ନିକଟରେ ଛିଡ଼ା ହେବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ବିଷ୍ଣୁ କିସ୍‍ ଫାଉଣ୍ଡେସନ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଯେକୌଣସି ଗରିବ ବା ଅସହାୟ ବ୍ୟକ୍ତିଙ୍କର ଯେପରି ବାଧା ପ୍ରାପ୍ତ ନ ହୁଏ ସେଥିପ୍ରତି କିସ ଫାଉଣ୍ଡେସନ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଏଭଳିକି ସେମାନଙ୍କର ଭରଣପୋଷଣର ଦାୟିତ୍ୱ ନେବା କିସ ଫାଉଣ୍ଡେସନର ଲକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.