ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ୍‌ ଶର୍ମା, ସାଙ୍ଗାନେର୍‌ରୁ ପ୍ରଥମ ଥର ଜିତିଛନ୍ତି ନିର୍ବାଚନ

ଭଜନଲାଲ୍‌ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଭାରତୀୟ ଜନତା ପାର୍ଟି ତରଫରୁ ଭଜନଲାଲ୍‌ ଶର୍ମାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ଦଳର ଏହି ଘୋଷଣା ଉପରେ ଥିଲା ସମସ୍ତଙ୍କ ନଜର। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭଜନଲାଲ୍‌ ଶର୍ମାଙ୍କ ନାମ ଘୋଷଣା କରିଛନ୍ତି।

ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ତରଫରୁ ସାଙ୍ଗାନେର୍‌ର ବିଧାୟକ ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଏହାପୂର୍ବରୁ ଦଳର ପର୍ଯ୍ୟବେକ୍ଷକ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ବସୁନ୍ଧରା ରାଜେ ରାଜସ୍ଥାନର ନୂଆ ସିଏମ୍‌ଙ୍କ ନାମର ପ୍ରସ୍ତାବ ରଖିଥିଲେ। ଏହାପରେ ସର୍ବସମ୍ମତି କ୍ରମେ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା।

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଜନଲାଲ୍‌ ଶର୍ମା ଭରତପୁରର ବାସିନ୍ଦା। ସେ ଦୀର୍ଘ ଦିନରୁ ସଙ୍ଗଠନରେ ରହି କାର୍ଯ୍ୟ କରିଆସୁଛନ୍ତି। ବିଜେପି ତାଙ୍କୁ ପ୍ରଥମ ଥର ଜୟପୁରର ସାଙ୍ଗାନେର ଭଳି ସୁରକ୍ଷିତ ଆସନରୁ ପ୍ରାର୍ଥୀ କରିଥିଲା। ବିଧାୟକ ଅଶୋକ ଲାହୋଟିଙ୍କ ଟିକେଟ୍ କାଟି ଭଜନଲାଲ୍‌ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.