ବୁଲା କୁକୁର ଛଡ଼ାଇ ନେଇଥିଲା ପରିବାରର ଖୁସି, ସହାୟତା ଦେଇଛି ଟିକିଏ ଆଶ୍ୱାସନା

ସାତ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହାରେ କଟକ ଜିଲ୍ଲା ଉତ୍ତର ବାଙ୍କୀ ବ୍ଲକର ଫୁଲୁବାଡି ଗ୍ରାମର ହୃଦାନନ୍ଦ ରାଉତଙ୍କ ପରିବାର ପୁରୀ ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । ପରିବାର ସହ ରହୁଥିଲେ ଏକ ମାତ୍ର ଚାରି ବର୍ଷର ପୁଅ ସତ୍ୟବାନ୍ ରାଉତ । ହେଲେ ବୁଲା କୁକୁର ଆକ୍ରମଣରେ ପୁଅ ମୃତ୍ୟୁ ହେବା ପରେ ପରିବାର ପକ୍ଷରୁ ଏକ ଏତଲା ଦାୟର କରାଯାଇଥିଲା । ଏହି ଘଟଣାରେ ଆଜକୁ ସାତ ବର୍ଷ ପରେ ପୁରୀ ମୁନସିପାଲଟିକୁ ଓଡ଼ିଶା ହାଇ କୋର୍ଟରେ ମାମଲା ବିଚାର ଧୀନ ରହିଥିଲା । ସାତ ବର୍ଷ ପରେ ଆଜି ସେହି ପରିବାରକୁ ଦଶଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ଦୁଃଖୀ ପରିବାର । କାମ କଲେ ପେଟକୁ ମୁଠେ ଦାନା ମିଳେ । ଏହି କାମ ପାଇଁ ଧାଇଁ ଯାଇଥିଲେ ପୁରୀ ସହର । ପୁରୀରେ କାମ କରି ବେଶ୍‌ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଦଇବ ଦାଉ ସାଧିଲା । କାଳ ରୂପୀ ବୁଲା କୁକୁର ଏହି ପରିବାର ଖୁସି ଛଡ଼ାଇ ନେଲା । କଅଁଳ ଛୁଆଟି ଖେଳିବାକୁ ଦାଣ୍ଡକୁ ଆସିଥିଲା । ହେଲେ କୋଉଠି କେଜାଣି ଛକି ବସିଥିଲା ଏହି ବୁଲା କୁକୁର ହଠାତ୍‌ ଧାଇଁ ଆସି କଅଁଳ ଶିଶୁର ମାଂସକୁ ଝୁଣି ଖାଇଦେଲା । ଯେଉଁ ଦୃଶ୍ୟ ଏବେବି ମନେ ପଡ଼ିଲାରୁ ଆମ ଛାତି ଥରିଯାଉଛି । ଚାରୋଟି ବୁଲା କୁକୁର ଯେଉଁ ଭଳି ଭାବେ ଶିଶୁଟିକୁ ଆକ୍ରମଣ କରିଥିଲେ ସେ ଦୃଶ୍ୟ ଆମେ ଏଠି ବର୍ଣ୍ଣନା କରିପାରୁନୁ । କିନ୍ତୁ କୁକୁରର ବିଷରେ ଏହି କଅଁଳ ଶିଶୁର ଜୀବନ ଚାଲିଗଲା । ସେପଟେ କୁନି ପୁଅକୁ ହରାଇ ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗିପଡ଼ିଥିଲେ ବାପା ମା ।

ସାତ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହାରେ କଟକ ଜିଲ୍ଲା ଉତ୍ତର ବାଙ୍କୀ ବ୍ଲକର ଫୁଲୁବାଡି ଗ୍ରାମର ହୃଦାନନ୍ଦ ରାଉତଙ୍କ ପରିବାର ପୁରୀ ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । ପରିବାର ସହ ରହୁଥିଲେ ଏକ ମାତ୍ର ଚାରି ବର୍ଷର ପୁଅ ସତ୍ୟବାନ୍ ରାଉତ । ହେଲେ ବୁଲା କୁକୁର ଆକ୍ରମଣରେ ପୁଅ ମୃତ୍ୟୁ ହେବା ପରେ ପରିବାର ପକ୍ଷରୁ ଏକ ଏତଲା ଦାୟର କରାଯାଇଥିଲା । ଏହି ଘଟଣାରେ ଆଜକୁ ସାତ ବର୍ଷ ପରେ ପୁରୀ ମୁନସିପାଲଟିକୁ ଓଡ଼ିଶା ହାଇ କୋର୍ଟରେ ମାମଲା ବିଚାର ଧୀନ ରହିଥିଲା । ସାତ ବର୍ଷ ପରେ ଆଜି ସେହି ପରିବାରକୁ ଦଶଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ସାତ ବର୍ଷଧରି ନିଜ ପୁଅକୁ ହରାଇବା ପରେ ଦୁଃଖରେ ଜୀବନ ବିତାଉଥିବା ପରିବାର ଟଙ୍କା ପାଇ ହଇକୋର୍ଟଙ୍କ ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିନ୍ତୂୁ ମନରୁ ସେହି ଦୁଃଖକୁ ଆଜିଯାଏଁ ପାସୋରି ପାରି ନାହାନ୍ତି । ଟଙ୍କା ସିନା ମିଳିଗଲା ହେଲେ ମା ଡାକିବାକୁ ପାଖରେ ନାହିଁ ପୁଅ । ଆଜିବି ମା କୋଳ ଖାଲି । ପୁଅକୁ ହରାଇ ମା ଆଖିରୁ ଶୁଖୁନି ଲୁହ । ଏଇ ଦେଖୁନାହାନ୍ତି ମା ଜଣକ କିପରି ପୁଅକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ।

ତେବେ ପୁରୀ ସହରରେ ବୁଲା କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣାରେ ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ମ୍ୟୁନିସପାଲିଟିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ୨୦୧୬ରେ ପୁରୀ ସହର ଜଗନ୍ନାଥ କଲୋନୀ ରେ ଏକ ୪ ବର୍ଷ ଶିଶୁ ପୁତ୍ରର କୁକୁର କାମୁଡ଼ା ରେ ମୃତ୍ୟୁ ହୋଇଥିଲା। ଏହା ପରେ ହାଇକୋର୍ଟରେ ବିଭୂତି ମହାନ୍ତିଙ୍କ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପୁରୀ ମ୍ୟୁନିସପାଲିଟି କର୍ତ୍ତୃପକ୍ଷ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ।କୁକୁର କାମୁଡ଼ାରେ କାହାରି ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ମ୍ୟୁନିସିପାଲଟି ଆକ୍ଟ୍ ରେ କିଛି ବ୍ୟବସ୍ଥା ନାହିଁ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଥିଲା।ହାଇକୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୁରୀ ସହରରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.