ସିଡିଆର ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲ୍ଲାସା: ଚାଇନିଜ୍ ଡେଟିଂ ଆପର ଏଜେଣ୍ଟ ଥିଲା ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରି

ସତ ବଖାଣୁଛି କାଶ୍ମୀର ଠକ ତଥା ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରି । ତା ମୁହଁରୁ ଗୋଟି ଗୋଟି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏବେ ବୁଖାରିର ସିଡିଆର ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲ୍ଲାସା ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ୍) : ସତ ବଖାଣୁଛି କାଶ୍ମୀର ଠକ ତଥା ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରି । ତା ମୁହଁରୁ ଗୋଟି ଗୋଟି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏବେ ବୁଖାରିର ସିଡିଆର ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲ୍ଲାସା ହୋଇଛି । ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପ ସହ ଫୋନରେ କଥା ହେଉଥିଲା ବୁଖାରି । ଚାଇନିଜ୍ ଡେଟିଂ ଆପର ଏଜେଣ୍ଟ ଥିଲା । ସାଇଟରେ ନିୟୋଜିତ କରିଥିଲା ୫୦ ଜଣ ମହିଳା ।

ମହିଳାମାନଙ୍କଠାରୁ ୨୫ ପ୍ରତିଶତ କମିସନ ଆକାରରେ ଟଙ୍କା ନେଉଥିଲା ବୁଖାରି । ୯ଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଛି । ୪ ଜଣ ପତ୍ନୀଙ୍କଠାରୁ ଟଙ୍କା ଆଣୁଥିଲା । ମହାରାଷ୍ଟ୍ରର ସୋଲାପୁରରେ ଥିବା ପତ୍ନୀ ଜଣେ ଅଧ୍ୟାପିକା। ବୁଖାରିର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଥିବା ବେଳେ ସେ ଇଂରାଜୀ, ହିନ୍ଦୀ, ଡଙ୍ଗରୀ, କାଶ୍ମିରୀ, ମରାଠୀ, ଉର୍ଦ୍ଦୁରେ ପାରଙ୍ଗମ ଥିଲା। ଓଡ଼ିଆ ଭାଷା ମଧ୍ୟ ବୁଝି ପରୁଥିଲା ବୁଖାରି। ଆଜି ସୟଦ ଇସାନ୍ ବୁଖାରି ରିମାଣ୍ଡର ଚତୁର୍ଥ ଦିନ । ଆସନ୍ତାକାଲି ପାଞ୍ଚ ଦିନିଆ ରିମାଣ୍ଡର ଶେଷ ଦିନ । ରବିବାର ଦିନ ଦଶଟା ସୁଦ୍ଧା ବୁଖାରିକୁ କୋର୍ଟରେ ହାଜର କରାଇବ ଏସଟିଏଫ୍ ।

Leave A Reply

Your email address will not be published.