ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତା ଅବରୋଧ କଲେ ଲୋକେ

କେନ୍ଦୁଝର ଟାଉନ ଥାନା ମୋଚି ଗାଁ ନିକଟ NH-49ର ବାଇପାସରେ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ମୋଚି ଗାଁ ନିକଟ NH-49ର ବାଇପାସରେ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାଜନ ।

ସୁଚନା ମୁତାବିକ୍‌, ବାଜନ ଗୃହପାଳିତ କୁକୁଡ଼ାଗୁଡ଼ିକୁ ବ୍ୟାଗରେ ଧରି ବେଲଦା ହାଟକୁ ବିକ୍ରି କରିବାକୁ ଯାଉଥିଲେ। ଦ୍ରୁପଦା ବୁଲାଣି ନିକଟରେ ଏକ ଟ୍ରକ୍ ବାଜନକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରେ ଲୋକେ ରାସ୍ତା ରୋକ କରିଥିଲେ ଫଳରେ ଘଟଣାସ୍ଥଳରେ ଟ୍ରାଫିକ୍ ସମସ୍ୟ‍ା ଦେଖାଦେଇଥିଲା। ସ୍ଥାନୀୟ ଲୋକେ NH-49ର ଗୋଟିଏ ପାର୍ଶ୍ଵକୁ ଅବରୋଧ କରିବା ସହ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ୍ ହଟିଥିଲା। ଏନେଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

 

 

Leave A Reply

Your email address will not be published.