Below header

ତୀର୍ଥ ଯାତ୍ରା ଆରମ୍ବରୁ ସରିଗଲା ଜୀବନ ଯାତ୍ରା, ଟ୍ରେନରୁ ଓହ୍ଲାଇବା ପରେ ଛାତିରେ ହୋଇଥିଲା ଯନ୍ତ୍ରଣା

ତୀର୍ଥରେ ବାହାରିଥିଲେ ସତ ହେଲେ ତୀର୍ଥ ଯାତ୍ରା ଆରମ୍ବ ନହେଣୁ ସରିଗଲା ଜୀବନ ଯାତ୍ରା । ଚଳିତ ତୀର୍ଥ ଯାତ୍ରା ଉଚ୍ଛନ୍ନ କରିଦେଇଛି ଗୋଟିଏ ପରିବାର । ରାୟଗଡ଼ାରୁ ତୀର୍ଥଯାତ୍ରା ଆରମ୍ଭ ହେଲା ବେଳକୁ ଜଣକର ମୃତ୍ୟୁ ହୋଇଥିଲା ଏବେ ପୁଣି ଆଜି ରାୟଗଡ଼ାରେ ଟ୍ରେନ ପହଞ୍ଚିବା ପରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କୋରାପୁଟ ସହରର ପୂଜାରିପୁଟ ବାସିନ୍ଦା ରାଜେନ୍ଦ୍ର କୁମାର ପରିଡ଼ା ।

ରାୟଗଡ଼ା : ତୀର୍ଥରେ ବାହାରିଥିଲେ ସତ ହେଲେ ତୀର୍ଥ ଯାତ୍ରା ଆରମ୍ବ ନହେଣୁ ସରିଗଲା ଜୀବନ ଯାତ୍ରା । ଚଳିତ ତୀର୍ଥ ଯାତ୍ରା ଉଚ୍ଛନ୍ନ କରିଦେଇଛି ଗୋଟିଏ ପରିବାର । ରାୟଗଡ଼ାରୁ ତୀର୍ଥଯାତ୍ରା ଆରମ୍ଭ ହେଲା ବେଳକୁ ଜଣକର ମୃତ୍ୟୁ ହୋଇଥିଲା ଏବେ ପୁଣି ଆଜି ରାୟଗଡ଼ାରେ ଟ୍ରେନ ପହଞ୍ଚିବା ପରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କୋରାପୁଟ ସହରର ପୂଜାରିପୁଟ ବାସିନ୍ଦା ରାଜେନ୍ଦ୍ର କୁମାର ପରିଡ଼ା ।

ସେ କେଡ଼େ ଖୁସିରେ ବାହାରିଥିଲେ ତୀର୍ଥ ଯାତ୍ରାରେ । ହେଲେ ତାଙ୍କ ସହ ଏଭଳି କିଛି ଘଟିଯିବ ସେ କେବେବି ଭାବି ନଥିଲେ । ଭାବିଥିଲେ ଏ ବୃଦ୍ଧ ବୟସରେ ତୀର୍ଥ କରି ଟିକିଏ ବୁଲି ଆସିଲେ ମନକୁ ଶାନ୍ତି ମିଳିବ । ତେବେ କାହା ଜୀବନରେ ସମୟ ଯେ କଣ ଆସି ପହଞ୍ଚିଥାଏ ତାହା କାହାରିକୁ ଜଣାନଥାଏ । ସେହିପରି ରାଜେନ୍ଦ୍ର ମଧ୍ୟ ଜାଣି ନଥିଲେ ତାଙ୍କର ଏହି ତୀର୍ଥ ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହେବ ବୋଲି ।

ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବା ପରେ ନିଜେ ଓହ୍ଲାଉ ଥିଲେ। ସେହି ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେ କଣ କରିବେ ଆଉ କିଛି ଭାବି ପାରି ନଥିଲେ ସେ ସେଇଠି ପ୍ଲାଟଫର୍ମରେ ବସିପଡ଼ିଲେ। ତାଙ୍କୁ ତୁରନ୍ତ ରାୟଗଡ଼ା ମେଡ଼ିକାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ତାଙ୍କ ବୟସ ୬୬ ବର୍ଷ ବୋଲି ଜଣାପଡ଼ିଛି। ଏ ବୃଦ୍ଧ ବୟସରେ ତୀର୍ଥ କରି ଶାନ୍ତିରେ ବାକିତକ ଜୀବନ ବିତାଇବେ ବୋଲି ଭାବିଥିଲେ । ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା । ଏହି ଖବର ଶୁଣି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ରାୟଗଡ଼ାରେ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.