କଙ୍ଗୋ: ବୁରୁଣ୍ଡିର ଏହି ଗାଁରେ ୨୦ ଜଣଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ

ଆଫ୍ରିକୀୟ ଦେଶ କଙ୍ଗୋ ସହ ଜଡ଼ିତ ବୁରୁଣ୍ଡିର ପଶ୍ଚିମ ସୀମା ନିକଟରେ ବନ୍ଧୁକଧାରୀ ୨୦ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ସେଠାକାର ସରକାରଙ୍କ ମୁତାବକ, ବିଦ୍ରୋହୀ ଗୋଷ୍ଠୀ ରେଡ୍‌ ତବାରା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୨୦ ଜଣ ପ୍ରାଣ ହରାଇଛନ୍ତି।

ସରକାରୀ ପ୍ରବକ୍ତା ଜେରୋମ ନିୟୋନଜିମା କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟାରେ ଭୁଗିଜୋ ନାମକ ଗାଁରେ ହଠାତ୍‌ ପଶି ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ। ଏଥିରେ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ ୧୨ ଜଣ ଶିଶୁଙ୍କ ସହ ୨ ଗର୍ଭବତୀ ମହିଳା ଏବଂ ଜଣେ ପୋଲିସ ଅଧିକାରୀ ଅଛନ୍ତି।

ରେଡ୍‌ ତବାରା ବିଦ୍ରୋହୀ ଗୋଷ୍ଠୀ ୨୦୧୫ରୁ ପୂର୍ବ କଙ୍ଗୋସ୍ଥିତ ନିଜର ବେସ୍‌ରୁ ବୁରୁଣ୍ଡି ସରକାରଙ୍କ ସହ ଅଘୋଷିତ ଯୁଦ୍ଧ ଲଢ଼ିଆସୁଛି। ରେଡ୍‌ ତବାରା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ୯ ଜଣ ସୈନିକ ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ଦାବି କରିଛି।

ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନେ ଆକ୍ରମଣ ସମୟରେ ଗୁଳି ଓ ବିସ୍ଫୋରଣର ଶବ୍ଦ ଶୁଣିବାକୁ ପାଇଥିଲେ। ରେଡ୍‌ ତବାରା ପୂର୍ବରୁ କହିଥିଲା ଯେ ଏହା ସେପ୍ଟେମ୍ବରରେ ବୁଜୁମ୍ବୁରାରେ ଦେଶର ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ଏବଂ ଯନ୍ତ୍ରପାତିଗୁଡ଼ିକୁ ନଷ୍ଟ କରି ଦେଇଥିଲା। ଯଦିଓ ଏଥିରେ କେହି ମୃତାହତ ହେବା ନେଇ ସୂଚନା ନ ଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.