ସନାତନ ଧର୍ମ ଉପରେ କୁଠାରଘାତ, IAS ବାବା ନାମକ ଆପରେ ପୁରୀ ନାମ ଅପଭ୍ରଂଶ ଅଭିଯୋଗ ଆଣିଲେ ସେବାୟତ

ପୁରୀରେ IAS ବାବା ନାମକ ଏକ ଆପ ନାମରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ । ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ । ଏହି ଆପରେ ମହାପ୍ରଭୁଙ୍କ ଅପପ୍ରଚାର ହେବା ସହ ପୁରୀର ନାମକୁ ଅପଭ୍ରଂଶ କରାଯାଇଥିବାର ଅଭିଯୋଗ ଅଣାଯାଇଛି ।

ଚାଲିଛି ଶ୍ରୀମନ୍ଦିର ନାଁରେ ଅପପ୍ରଚାର । ଆପରେ ଭୁଲ ତଥ୍ୟ ଦେଖାଇ କରୁଛନ୍ତି ସନାତନ ଧର୍ମ ଉପରେ କୁଠାରଘାତ । ତେବେ ଏହିଭଳି ଅଧର୍ମ ଆଉ କେଉଁଠି ନୁହେ ପୁରୀରେ ହିଁ ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀର ଜଣେ ସେବାୟତ । ପୁରୀରେ IAS ବାବା ନାମକ ଏକ ଆପ ନାମରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ । ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ।

ଏହି ଆପରେ ମହାପ୍ରଭୁଙ୍କ ଅପପ୍ରଚାର ହେବା ସହ ପୁରୀର ନାମକୁ ଅପଭ୍ରଂଶ କରାଯାଇଥିବାର ଅଭିଯୋଗ ଅଣାଯାଇଛି । ସେ କହିଛନ୍ତି ମୋହନ କୁମାର ଓ ଅଫତାବ ଅଲି ନାମକ ଦୁଇ ଜଣ ବ୍ୟକ୍ତି ଏହି ଆପକୁ ଖୋଲି ୟୁପିଏସସି ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଛନ୍ତି ଏବଂ ସେହି ଆପରେ ଆଇଏଏସ୍ ଅଫିସରଙ୍କୁ ତିଆରି କରୁଛନ୍ତି । ହେଲେ ଏହି ଆପରେ ‘ପୁରୀ ଜଗନ୍ନାଥ’ ବଦଳରେ ‘ପୁରୋ ଜଗନ୍ନାଥ’ ଲେଖାଯିବାକୁ ନେଇ ବର୍ତ୍ତମାନ ଖୁବ ବିବାଦ ସୃଷ୍ଟି ହୋଇଛି ।

ସେହିପରି ଅନ୍ୟ କୌଣସି ଦେବାଳୟର ଫଟୋକୁ ଏହାର ୱେବ୍ ପେଜରେ ସ୍ଥାନ ଦେଇ ଏହାକୁ ପୁରୀ ଜଗନ୍ନାଥ ମନ୍ଦିର ବୋଲି ଦର୍ଶାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱ ଦରବାରରେ ସମସ୍ତେ ଜାଣନ୍ତି । ମହାପ୍ରଭୁଙ୍କ ନାଁ ନେଇ ଏହିଭଳି ଅପପ୍ରଚାର ସନାତନ ଧର୍ମ ପ୍ରତି ଗଭୀର କୁଠାରଘାତ ବୋଲି କହିଛନ୍ତି ମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।

ମହାପ୍ରଭୁଙ୍କୁ ନେଇ ଏହିଭଳି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଆପକୁ ବନ୍ଦ କରାଯାଉ ବୋଲି ଶ୍ରୀମନ୍ଦିର ଛାମୁ ଖୁଣ୍ଟିୟା ସେବାୟତ ଶ୍ରୀଯୁକ୍ତ ସୋମନାଥ ଖୁଣ୍ଟିଆ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦେଖାଯାଉ ଏହି ଅଭିଯୋଗକୁ ନେଇ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.